Spread the love

.


ଯୌବନେ କାଉ ମଧ୍ଯ ସୁନ୍ଦରୀ, ଶ୍ରାବଣେ ନଦୀ ମଧ୍ଯ କୁଆଁରୀ।କ୍ଷମତା ରହିଲେ ମିଥ୍ଯା କଥା ମଧ୍ଯ ବାଣୀ,ଶକ୍ତି ଆଉ ଟଙ୍କା ରହିଲେ ମୂର୍ଖ ମଧ୍ଯ ଗ୍ୟାନି।

କାହାକୁ ଡରାଅ ନାହିଁ ସାହାସ ଦିଅ,ଅପମାନିତ କର ନାହିଁ ଶିଖେଇ ଦିଅ।ଅଭିମାନ କରନାହିଁ…ସହି ଯାଅ।ଗାଳି କରନାହିଁ ବୁଝେଇ ଦିଅ।ଏହା ହେଉଛି ଗୋଟିଏ ସୁନ୍ଦର ସ୍ବଭାବର ଲକ୍ଷଣ।

ଗର୍ବ ଅହଙ୍କାର ସେଇମାନେ କରନ୍ତି ଯେଉଁ ମାନେ ବିନା ପରିଶ୍ରମରେ ସବୁକିଛି ପାଇ ଯାଆନ୍ତି।ଆଉ ଯେଉଁ ମାନେ କଠିନ ପରିଶ୍ରମ କରି ସଫଳ ହାସଲ କରିଥାନ୍ତି, ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ କରିଥାନ୍ତି।

ଜୀବନ ଏକ ଶୂନ୍ଯ ଲମ୍ବା ପଥ ଟିଏ।ଜଣାନାହିଁ ସେଥିରେ କେତେ ଇଛା ଭରି ରହିଛି।ଯାହା ପୂରଣ ହେଲା ନିଜର ଆଉ ଯାହା ନ ମିଳିଲା ତାହା ସ୍ବପ୍ନ।

           

Leave a Reply

Your email address will not be published. Required fields are marked *