ଛତିଆ ୨୦୦୩ ବର୍ଷରର ଛାତ୍ର ଓ ଛାତ୍ରୀ ବନ୍ଧୁମିଳନ ୪ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ବଡଚଣା ୨୬/୧(ଦର୍ଶନ ସମୀକ୍ଷା ) ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ହାଇ ସ୍କୁଲ ୨୦୦୩ ବର୍ଷ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସୂଚନଯୋଗ୍ୟ ଏହି ୨୦୦୩ ବର୍ଷ ଛାତ୍ର ଛାତ୍ରୀ ମାନେ ମ୍ୟାଟ୍ରିକ ପରୀକ୍ଷା ପାରେ ୨୦୦୮ମସିହାରେ ଏକ ବନ୍ଧୁମିଳନ କରିଥିଲେ। ଯାହାକି ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ଏନେଇ ଆଜକୁ ୧୭ ବର୍ଷ ହେବ ବନ୍ଧୁମିଳନ କୌଣସି ମତେ ହୋଇନଥିଲା। କିଛି ଛାତ୍ର ଛାତ୍ରି ବନ୍ଧୁ ମାନେ ବାହାରେ ଚାକିରୀ କରୁଥିବାରୁ ଏବଂ ସେମାନେ ଛୁଟି ନାଥିବାରୁ ଆସିପରିନଥିଲେ। ଏହା ଯୋଗା ଯୋଗ ପରେ ୨୦୨୫ ଜାନୁଆରୀ ମାସ ୨୬ତାରିଖ ରବିବାର ଦିନ ଐତିହାସିକ ଅମରାବତୀ ମଠ ନିକଟ କଲ୍ୟାଣ ମଣ୍ଡପ ପରିସର ରେ ୧୧୧ଛାତ୍ର ଛାତ୍ରୀ ମଧ୍ୟରୁ ରୁ ୮୦ ଜଣ ଛାତ୍ର ଓ ଛାତ୍ରୀ ଛତିଆ, ପାଟଣା,ନେଳିଆ , ବିଦ୍ୟାଧରପୁର, ସୋଲର, ଶୁଇଦେଇ ପୁର ଗ୍ରାମର ଅଂଶଗ୍ରହଣ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଶିକ୍ଷକ ଯଥା ଶ୍ରୀକାନ୍ତ ପ୍ରହରାଜ, ପ୍ରମୋଦ ସାହୁ, ତପନ ପ୍ରହରାଜ, ନିତ୍ୟାନନ୍ଦ ନାୟକ ଶିକ୍ଷକ ମାନଙ୍କୁ ଛାତ୍ର ଛାତ୍ରୀ ମାନେ ନିମନ୍ତ୍ରଣ କରିବା ସହ ପୁଷ୍ପଗୁଛ ଉତ୍ତରୀୟ ଦେଇ ସ୍ବାଗତ ସମ୍ଵର୍ଦ୍ଧନା ଜଣାଇଥିଲେ। ଏବଂ ଛତିଆ କଂପାନୀ ବଜାର ବଳରାମ ସିଂହ, ପ୍ରକାଶ କୁମାର ସିଂହ, ଚନ୍ଦନ କୁମାର୍ ଗୋଚ୍ଛାୟତ, ତିଟନ୍ ଲେଙ୍କା ଓ ଛତିଆ ର ଯୁବ ସାମ୍ବାଦିକ ବେଦପ୍ରକାଶ ନାୟକ ଙ୍କ ପରିଚାଳନା କର୍ମେ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ କେକ କଟା ହୋଇ ବହୁ ଆନନ୍ଦ ଉଲ୍ଲାସ ରେ ଶେଷ ହୋଇଥିଲା ଓ ଏନେଇ ଛତିଆ ହାଇ ସ୍କୁଲ ୨୦୦୩ ବର୍ଷ ଛାତ୍ର ଅନିମେଶ ନନ୍ଦ, ମହେନ୍ଦ୍ର ବିଶ୍ବାଳ, ଦୀପକ୍ ପଣ୍ଡା, ଲକ୍ଷ୍ମୀ ପ୍ରିୟ ସାମନ୍ତରାୟ, ସିଲସିଲା ସାହୁ ଧନ୍ୟବାଦ୍ ସହ ଡାକ୍ତର ଅନିରୁଦ୍ଧ ଦାସ ସହ ଶୁଭେଚ୍ଛା ଜଣାଇଥିଲେ।