ହାତୀ ଆକ୍ରମଣରେ ଯୁବକର ମୃତ।
ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ
ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ର ଚାରିଗୋଛିଆ ଜଙ୍ଗଲ ରେ ବନ୍ଧପଲି ଗ୍ରାମ ର ରବି ବିନ୍ଧାଣି (୩୪)ଙ୍କ ର ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଛି। ଶନିବାର ଭୋର ସମୟରେ ରବି ବିନ୍ଧାଣି ଓ ଟୁକୁ ହେମରନ ଦୁହେଁ ଚାରିଗୋଛିଆ ଜଙ୍ଗଲ ଭିତରକୁ ଯାଇଥିଲେ ଅନ୍ଧରୁଆ ଥିବାରୁ ହାତୀଟିକୁ ଆଗରେ ଯାଉଥିବା ରବି ବିନ୍ଧାଣି ଦେଖିପାରିନଥିଲା ଫଳରେ ହାତୀଟି ଟା ଶୁଣ୍ଢ ରେ ଶକ୍ତ ପ୍ରହାର ଦେଇଥିଲା ରବି ବିନ୍ଧାଣି ତଳେ ପଡ଼ିଯିବା ପରେ ହାତୀଟି ତାକୁ ଫୁଣି ପ୍ରହାର କରିଥିଲା ଫଳରେ ଘଟଣା ସ୍ଥଳରେ ତାର ମୃତ ହୋଇଥିଲା। ଏହି ଦୃଶ୍ୟ ଦେଖି ପଛରେ କିଛି ଦୂରରେ ଯାଉଥିବା ଟୁକୁ ହେମରନ ଜୀବନ ବିକଳେ ଦୌଡ଼ି ପଳାଇ ଆସି ଗାଁ ଲୋକଙ୍କୁ ଏ ବିଷୟରେ କହିଥିଲା। ଗ୍ରାମ ଲୋକେ ସଙ୍ଗେ ସଙ୍ଗେ ବୈରୀ ବନବିଭାଗ ଓ ପୋଲିସ କୁ ଖବର ଦେଇ ଗ୍ରାମବାସୀ ମାନେ ଜଙ୍ଗଲ କୁ ଯାଇଥିଲେ। ଜଙ୍ଗଲ ରେ ହାତୀ ଜଙ୍ଗଲ ଭିତରକୁ ପଲିଯାଇଥିବା ବେଳେ ରବିର ମୃତ ଦେହ କୁ ଆଣିଥିଲେ।ବୈରୀ ବନଖଣ୍ଡ ଅଧିକାରୀ ମାଣିକ ମୁଣ୍ଡା, ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ, ମହେନ୍ଦ୍ର ସେଠି,ଧିରେନ ପଣ୍ଡା, ଅଶ୍ରଫ୍ ଅଲି ଖାଁ ପ୍ରମୁଖ ପହଞ୍ଚି ରବି ବିନ୍ଧାଣି ର ମୃତ ଦେହକୁ ଆଣି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବଛେଦ କରାଇଥିଲେ ବୈରୀ ଥାନା ରେ ଏକ UD କେ୍ସ ନଂ ୩/୨୪ରେ ଜାରି କରିଥିଲେ ।ବାନ ବିଭାଗ ପକ୍ଷରୁ ହାତୀ ମୃତ ପରେ ମୃତ୍ୟୁକ ପରିବାର କୁ ୬ଲକ୍ଷ ଟଙ୍କା ର କ୍ଷତି ପୂରଣ ବାବଦରେ ପ୍ରଥମ କିସ୍ତି ରେ ୧୦%ହିସବାରେ ୬୦ହଜାର ଟଙ୍କା ମୃତ ରବି ବିନ୍ଧନୀ ର ସ୍ତ୍ରୀ ପ୍ରିୟ ବିନ୍ଧାଣି ଙ୍କ ବ୍ୟାଙ୍କ ଖାତାରେ ବନ ବିଭାଗ ପକ୍ଷରୁ ଜମା କରାଯାଇଛି। ବାକି ଟଙ୍କା ମୃତକ ର ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କଲାପରେ ତାର ପରିବାର କୁ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ମୃତ ରବି ବିନ୍ଧାଣି ର ଏକ ୬ବର୍ଷ ର ପୁଅ, ୩ବର୍ଷ ର ଏକ ଝିଅ ଓ ୬ ମାସ ର ଏକ ଝିଅ ଥିବାର ପରିବାର ପକ୍ଷରୁ କହିଛନ୍ତି