ଓ୍ବାଶିଂଟନ୍,୨୦।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ କରିଛନ୍ତି ଟ୍ରମ୍ପ ଆମେରିକାର ୪୮ତମ ରାଷ୍ଟ୍ରପତି ହେଲେ ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେଇଥିଲା । ତେବେ ଶପଥ ଗ୍ରହଣ ପୂର୍ବରୁ, ଟ୍ରମ୍ପ ୱାଶିଂଟନରେ ବିଜୟ ରାଲିକୁ ସମ୍ବୋଧିତ କରିଥିଲେ ଏହି ରାଲିରେ, ଟ୍ରମ୍ପ ଟିକଟକଠାରୁ ଆରମ୍ଭ କରି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ପର୍ଯ୍ୟନ୍ତ ସବୁକିଛି ଉପରେ ତାଙ୍କର ମତ ସ୍ପଷ୍ଟ କରିଛନ୍ତି।
ମେକ ଆମେରିକା ଗ୍ରେଟ ଏଗେନ (MAGA) ରାଲିରେ, ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦେଶର ଦାୟିତ୍ୱ ନେବା ପୂର୍ବରୁ, ଆପଣ ଏପରି କିଛି ଦେଖୁଛନ୍ତି ଯାହା କେହି ଆଶା କରିନଥିଲେ। ସମସ୍ତେ ଏହାକୁ ‘ଟ୍ରମ୍ପ ପ୍ରଭାବ’ ବୋଲି କହୁଛନ୍ତି। ହେଲେ ଏହା ଆପଣଙ୍କର ପ୍ରଭାବ। TikTok ଫେରି ଆସିଛି। ଆମକୁ TikTok କୁ ବଞ୍ଚାଇବାକୁ ପଡିବ କାରଣ ଆମକୁ ବହୁତ ଚାକିରି ସଞ୍ଚୟ କରିବାକୁ ପଡିବ।
ସେହିପରି ଟ୍ରମ୍ପ କହିଛନ୍ତି, ଆମେ ମଧ୍ୟପ୍ରାଚ୍ୟରେ ଅରାଜକତା ଶେଷ କରିବୁ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ରୋକିବୁ। ଆମେ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ବାହାର କରିବୁ ଏବଂ ସୀମାରେ କଡ଼ା ନିୟନ୍ତ୍ରଣ ଲାଗୁ କରିବୁ। ଆମେ ଆମର ବ୍ୟବସାୟ ଚୀନକୁ ଦେବାକୁ ଚାହୁଁନାହୁଁ, ଆମକୁ ବହୁତ ଚାକିରି ସଞ୍ଚୟ କରିବାକୁ ପଡିବ। ଇସ୍ରାଏଲ-ହମାସ ଯୁଦ୍ଧବିରତି ଆମେରିକା ପାଇଁ ଏକ ଐତିହାସିକ ବିଜୟ, ଏହି ଚୁକ୍ତି ଆମ ଯୋଗୁଁ ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ମୁଁ ୟୁକ୍ରେନରେ ଯୁଦ୍ଧ ଶେଷ କରିବି, ମଧ୍ୟପ୍ରାଚ୍ୟରେ ଅରାଜକତା ବନ୍ଦ କରିବି ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଦେବି ନାହିଁ।