Spread the love

ବିଜୁ ଜନତା ଦଳ କାର୍ଯ୍ୟାଳୟ

ବିଜେଡି ସଭାପତି ନବୀନ ପଟନାୟକ ଙ୍କ ବିବୃତି.
ଭୁବନେଶ୍ୱର
୯/୪/୨୫(ଦର୍ଶନ ସମୀକ୍ଷା)
ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକ ଆଜି ସନ୍ଧ୍ୟା ରେ ଗଣମାଧ୍ୟମ କୁ କହିଛନ୍ତି ଯେ ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ “ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତ ରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରି ଛନ୍ତି. ସେ ଗତ ଦଶ ମାସ ରୂ ଅଧିକ ସମୟ ହେଲାଣି ଦଳ ଛାଡିଲେଣି ଏବଂ ଏଵେ ସେ ଦଳ ର ଦଳ ର କୌଣସି କାମ ରେ ସମ୍ପୃକ୍ତ ନାହାନ୍ତି.ତେଣୁ ଦଳ ର, କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା
ଉଚିତ ନୁହେଁ.”

ଶ୍ରୀ ପ୍ରଭାତ ତ୍ରିପାଠୀ ଙ୍କ ସମ୍ପର୍କ ରେ ଶ୍ରୀ ପଟନାୟକ କହିଥିଲେ ଯେ “ମୂଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ chit fund case ରେ ସମ୍ପୃକ୍ତି ଅଭିଯୋଗ ରେ ଜେଲ ରେ କିଛି ବର୍ଷ କାଟି ଆସି ଛନ୍ତି.ତେଣୁ କିଛି ବର୍ଷ ତଳେ ସେ ଦଳ ରୂ ବହିସ୍କୃତ ହୋଇଥିଲେ. ମୂଁ ଆହୁରି ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ଶ୍ରୀ ତ୍ରିପାଠୀ ଏଵେ ବିଜେଡ଼ି ର ସଦସ୍ୟ ମଧ୍ୟ ନୁହନ୍ତି.”

ଏତଦବ୍ୟତୀତ ବଡ଼ ବଡ଼ ହୋଟେଲ ରେ ବିଜେଡ଼ି ନେତା ମାନଙ୍କ ବୈଠକ କୁ ନାପସନ୍ଦ କରି ଶ୍ରୀ ପଟନାୟକ କହିଥିଲେ ଯେ “ଦଳ ର ମୁଖ୍ୟାଳୟ ଶଙ୍ଖ ଭବନ ବହୁତ ବଡ଼ ଓ ଅନେକ ସୁବିଧା ମଧ୍ୟ ରହିଛି.ତେଣୁ ସେଠାରେ ବୈଠକ ନ କରି ହୋଟେଲ ରେ ବୈଠକ କରିବା ଘଟଣାକୁ ଉଚିତ ନୁହେଁ ବୋଲି ଶ୍ରୀ ପଟନାୟକ କହିବା ସହ ଶଙ୍ଖ ଭବନ ରେ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ.

Related Post

Leave a Reply

Your email address will not be published. Required fields are marked *

You Missed