Spread the love

ପ୍ରୟାଗରାଜ: ମହାକୁମ୍ଭ ମଧ୍ୟରେ, ହର୍ଷା ରିଚାରିଆ ନାମକ ଜଣେ ମହିଳାଙ୍କ ସାଧ୍ୱୀ ବେଶ ଚର୍ଚ୍ଚାରେ ରହିଛି।  ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ତାଙ୍କର ଅନେକ ଫଟୋ ଭାଇରାଲ ହେଉଛି। କିଛି ଦିନ ତଳେ ତାଙ୍କୁ ସାଧ୍ବୀ ନକହିବାକୁ କହିଥିଲେ ହର୍ଷା ।

‘ମୁଁ ଏପର୍ଯ୍ୟନ୍ତ ସନ୍ନ୍ୟାସ ନେବି କି ନାହିଁ ସ୍ଥିର କରିନାହିଁ। କାରଣ ସନ୍ନ୍ୟାସ ନେଲେ ବିବାହ କରିପାରିବି ନାହିଁ। ତେଣୁ ମୋତେ ସାଧ୍ବୀ କୁହନ୍ତୁ ନାହିଁ’ ବୋଲି ହର୍ଷା କହିଥିଲେ। ଏବେ ତାଙ୍କ ମାତାପିତା ଝିଅର ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି।ଟ୍ରୋଲର ଶିକାର ହେବାପରେ ହର୍ଷା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଲୋକଙ୍କ କାମ ତ କହିବା।

କିନ୍ତୁ ସମୟ ସମୟରେ ଲୋକଙ୍କ କଥା ଆତ୍ମାକୁ ବାଧିଥାଏ। ତଥାପି ଆଗକୁ ବଢ଼ିବାକୁ ହୋଇଥାଏ। ଜୀବନରେ ଏମିତି ଅନେକ ସମୟ ଆସିଥାଏ ଯେଉଁ ସମୟରେ ଏକା ରହିବାକୁ ଇଚ୍ଛା ହୋଇଥା୍ଏ। ମୋ ଜୀବନରେ ବି ଏମିତି ସମୟ ଆସିଥିଲା। ଜାଣିନି କେମିତି କିନ୍ତୁ ଧୀରେଧୀରେ ସାଧାରଣ ଜୀବନ ଠାରୁ ମୁଁ ଦୂରେଇଯାଇ ସନାତନ ତପ ଅଭିମୁଖେ ଅଗ୍ରସର ହୋଇଥିଲି। ଏହି ଜୀବନରେ ଅନେକ ଶାନ୍ତି ଅଛି।

Leave a Reply

Your email address will not be published. Required fields are marked *