Spread the love

ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ

ଦୁର୍ନୀତି ବିରୋଧରେ ନବକୃଷ୍ଣ ଚୌଧୁରୀଙ୍କର ଆଭିମୁଖ୍ୟ କଠୋର ଥିଲା।
କିରାଣୀଠାରୁ ଆରମ୍ଭ କରି ସଚିବଙ୍କୁ ଖୁସି ରଖୁଥିବା ଜଣେ ଖଣି ମାଲିକ ୬ ଲକ୍ଷ ଟଙ୍କା ଜୋରିମାନା ସହ ଦଳ ପାଇଁ ୬ ଲକ୍ଷ ଟଙ୍କା ଦେବେ ବୋଲି କଂଗ୍ରେସ ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକଙ୍କ ଜରିଆରେ ଖବର ପଠାଇବା ପରେ ସଂପୃକ୍ତ ଖଣି ମାଲିକଙ୍କ ନାଁ ଶୁଣୁଶୁଣୁ ଚିହିଁକି ଉଠିଲେ ନବକୃଷ୍ଣ।
କହିଲେ- ‘That scoundrel, he has spoiled entire administration I will smash that fellow.
ସୁରେନ୍ଦ୍ର ମୋତେ ମୋଟେ ସେକଥା କୁହନି। ମୁଁ ମୋଟେ ତାକୁ ଛାଡ଼ିବି ନାହିଁ।’
ସୁରେନ୍ଦ୍ର ବାବୁ କହିଲେ- ଦୁଇ ଦୁଇଟା ବାଇ-ଇଲେକ୍ସନ ଅଛି, କେଉଁଠୁ ପଇସା ଆସିବ ? ନବବାବୁ କହିଲେ-ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏକଥା କହନି।
ସୁରେନ୍ଦ୍ର ବାବୁ ମୁହଁ ଓହଳାଇ ଫେରିଲେ, କହିଲେ- ‘ଇଏ (ନବବାବୁ) idealist ହେଉଛନ୍ତି practical କଥା ବୁଝୁନାହାନ୍ତି।’
ଏହି ଘଟଣା ଆଜି ସ୍ମରଣ କଲାବେଳକୁ ରାଜନୀତିରେ ଟଙ୍କାର ପ୍ରାବଲ୍ୟ ଓ ନବକୃଷ୍ଣଙ୍କ ଭିନ୍ନ କିସମର ରାଜନୀତି ସମ୍ପର୍କରେ ଆଭାସ ମିଳୁନାହିଁ କି?

ଚିତ୍ତରଂଜନ ଦାସଙ୍କ ଭାଷାରେ: ‘ହାତୀ ଚିହ୍ନ।ଇବାକୁ ଯାଇ ହାତୀଶାଳାରୁ ଯେକୌଣସି ଗୋଟିଏ ହାତୀକୁ ଦେଖାଇବା ପରି ନବକୃଷ୍ଣ ଚୌଧୁରୀଙ୍କୁ ଆମେ କଦାପି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଜଣେ ବୋଲି ଦେଖାଇପାରିବା ନାହିଁ।’

ପୁସ୍ତକ: ‘ଚୌଧୁରୀ’ (ପ୍ର. ବୀରେନ୍ଦ୍ର ନାୟକ)

(ଫଟୋ: ବାଜିରାଉତ ଛାତ୍ରାବାସ, ଅନୁଗୁଳ)

Related Post

Leave a Reply

Your email address will not be published. Required fields are marked *

You Missed