“ମୁଁ ଆପଣଙ୍କ ଚେହେରାକୁ ମନେ ରଖିବାକୁ ଚାହୁଁଛି ଯାହା ଦ୍ୱାରା ମୁଁ ଯେତେବେଳେ ସ୍ୱର୍ଗରେ ଆପଣଙ୍କୁ ଭେଟିବି, ମୁଁ ଆପଣଙ୍କୁ ଚିହ୍ନି ପାରିବି ଏବଂ ପୁଣି ଥରେ ଧନ୍ୟବାଦ ଦେବି ।“
ଯେତେବେଳେ ଟେଲିଫୋନ୍ ସାକ୍ଷାତକାରରେ ରେଡିଓ ଉପସ୍ଥାପିକା ଭାରତୀୟ ବିଲିୟନେୟାର ରତନଜୀ ଟାଟାଙ୍କୁ ପଚାରିଥିଲେ:
“ସାର୍, ଯେତେବେଳେ ଆପଣ ନିଜ ଜୀବନର ସବୁଠୁ ସୁଖ ପାଇଥିଲେ, ଆପଣଙ୍କର କ’ଣ ମନେ ଅଛି?
ରତନଜୀ ଟାଟା କହିଛନ୍ତି:
ମୁଁ ଜୀବନରେ ସୁଖର ଚାରୋଟି ପର୍ଯ୍ୟାୟ ଦେଇ ଗତି କରିଛି ଏବଂ ଶେଷରେ ମୁଁ ପ୍ରକୃତ ସୁଖର ଅର୍ଥ ବୁଝିପାରିଲି ।
ପ୍ରଥମ ପର୍ଯ୍ୟାୟ ଥିଲା ଧନ ଏବଂ ସମ୍ବଳ ସଂଗ୍ରହ କରିବା ।
କିନ୍ତୁ ଏହି ପର୍ଯ୍ୟାୟରେ ମୁଁ ଚାହୁଁଥିବା ସୁଖ ପାଇଲି ନାହିଁ ।
ତା’ପରେ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ସଂଗ୍ରହର ଦ୍ୱିତୀୟ ପର୍ଯ୍ୟାୟ ଆସିଲା ।
କିନ୍ତୁ ମୁଁ ହୃଦୟଙ୍ଗମ କଲି ଯେ ଏହି ଜିନିଷର ପ୍ରଭାବ ମଧ୍ୟ ଅସ୍ଥାୟୀ ଏବଂ ମୂଲ୍ୟବାନ ଜିନିଷଗୁଡ଼ିକର ଉଜ୍ଜ୍ୱଳତା ଅଧିକ ଦିନ ତିଷ୍ଠି ନଥାଏ ।
ତା’ପରେ ଏକ ବଡ଼ ପ୍ରକଳ୍ପ ପାଇବା ପାଇଁ ତୃତୀୟ ପର୍ଯ୍ୟାୟ ଆସିଲା । ସେତେବେଳେ ଯେତେବେଳ ମୋର ଭାରତ ଏବଂ ଆଫ୍ରିକାରେ ୯୫% ଭାଗ ଡିଜେଲ ଯୋଗାଣ ଥିଲା ।
ମୁଁ ମଧ୍ୟ ଭାରତ ଏବଂ ଏସିଆର ବୃହତ୍ତମ ଇସ୍ପାତ କାରଖାନାର ମାଲିକ ଥିଲି । କିନ୍ତୁ ଏଠାରେ ମଧ୍ୟ ମୁଁ କଳ୍ପନା ଓ ଆଶା କରିଥିବା ସୁଖ ପାଇଲି ନାହିଁ ।
ଚତୁର୍ଥ ପଦକ୍ଷେପ ଥିଲା ଯେତେବେଳେ ମୋର ଜଣେ ବନ୍ଧୁ ମୋତେ କିଛି ଅକ୍ଷମ ପିଲାମାନଙ୍କ ପାଇଁ ହ୍ୱିଲ୍ ଚେୟାର କିଣିବାକୁ କହିଥିଲେ ।
ପ୍ରାୟ 200 ପିଲାମାନଙ୍କ ପାଇଁ ।
ଜଣେ ବନ୍ଧୁଙ୍କ ନିର୍ଦ୍ଦେଶରେ ମୁଁ ତୁରନ୍ତ ହ୍ୱିଲ୍ ଚେୟାର କିଣିଲି |
କିନ୍ତୁ ବନ୍ଧୁ ଜିଦ୍ ଧରିଥିଲେ ଯେ ମୁଁ ତାଙ୍କ ସହ ଯାଇ ପିଲାମାନଙ୍କୁ ହ୍ୱିଲ୍ ଚେୟାର ହସ୍ତାନ୍ତର କରିବି । ମୁଁ ପ୍ରସ୍ତୁତ ହୋଇ ତାଙ୍କ ସହିତ ଗଲି ।
ସେଠାରେ ମୁଁ ଏହି ପିଲାମାନଙ୍କୁ ଏହି ହ୍ୱିଲ୍ ଚେୟାରକୁ ନିଜ ହାତରେ ଦେଇଥିଲି । ମୁଁ ଏହି ପିଲାମାନଙ୍କ ମୁହଁରେ ଖୁସିର ଏକ ଅଦ୍ଭୁତ ଆଲୋକ ଦେଖିଲି ଯାହା କେବେ ବି ଦେଖି ନ ଥିଲି । ମୁଁ ଦେଖିଲି ସମସ୍ତେ ହ୍ୱିଲ ଚେୟାରରେ ବସି ଗତି କରୁଛନ୍ତି ଏବଂ ଖୁବ୍ ମଜା କରୁଛନ୍ତି ।
ସତେ ଯେପରି ସେମାନେ କୌଣସି ଏକ ପିକନିକ୍ ସ୍ଥାନରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ ଏକ ବିଜେତା ଉପହାର ବାଣ୍ଟୁଥିଲେ ।
ସେତେବେଲେ ମୁଁ ମୋ ଭିତରେ ପ୍ରକୃତ ସୁଖ ଅନୁଭବ କଲି । ଯେତେବେଳେ ମୁଁ ଯିବାକୁ ସ୍ଥିର କଲି, ପିଲାମାନଙ୍କ ମଧ୍ୟରୁ ଜଣେ ମୋ ଗୋଡ଼କୁ ଧରିଲେ ।
ମୁଁ ଧୀରେ ଧୀରେ ମୋ ଗୋଡକୁ ମୁକ୍ତ କରିବାକୁ ଚେଷ୍ଟା କଲି, କିନ୍ତୁ ପିଲାଟି ମୋ ମୁହଁକୁ ଚାହିଁ ମୋ ଗୋଡକୁ ଖୁବ୍ ଜୋରରେ ଧରି ରଖିଲା । ମୁଁ ଆଉଜିଲି ପିଲାଟିକୁ ପଚାରିଲି: ତୁମର ଆଉ କିଛି ଦରକାର କି?
ଏହି ପିଲାଟି ମୋତେ ଦେଇଥିବା ଉତ୍ତର କେବଳ ମୋତେ ଚକିତ କରିନଥିଲା ବରଂ ଜୀବନ ପ୍ରତି ମୋର ଦୃଷ୍ଟିକୋଣକୁ ମଧ୍ୟ ବଦଳାଇ ଦେଇଥିଲା ।
ସେହି ପିଲାଟି କହିଲା:
“ମୁଁ ଆପଣଙ୍କ ଚେହେରାକୁ ମନେ ରଖିବାକୁ ଚାହୁଁଛି ଯାହା ଦ୍ୱାରା ମୁଁ ଯେତେବେଳେ ସ୍ୱର୍ଗରେ ଆପଣଙ୍କୁ ଭେଟିବି, ମୁଁ ଆପଣଙ୍କୁ ଚିହ୍ନି ପାରିବି ଏବଂ ପୁଣି ଥରେ ଧନ୍ୟବାଦ ଦେବି।“
ରତନ ଟାଟା
(୧୯୩୭ – ୨୦୨୪)