ପୁରୀ ଜିଲ୍ଲାର ଅସ୍ତରଙ୍ଗ ଠାରେ ନବଯୁଗ କମ୍ପାନୀର ପରିବେଶ ଭୀତିକ ବନ୍ଦର ପ୍ରତିଷ୍ଠାକୁ ଆଜି ବି ଜୋରଦାର ବିରୋଧ କରିଛନ୍ତି ପିରଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ଓ ବନ୍ଦର କରିବାକୁ ଭିଟାମାଟିରୁ ଇଞ୍ଚେ ବି ଜାଗା ନଦେବାକୁ ଅଡିବସିଛନ୍ତି ମହିଳା। ମହିଳାଙ୍କ ଏ ଗର୍ଜନ ଶୁଣି ହତବାକ୍ ହୋଇଯାଇଛନ୍ତି ଜନଶୁଣାଣି ଶିବିରରେ ଉପସ୍ଥିତ ଅଧିକାରୀ। ଗର୍ଜିଛନ୍ତି ଅସ୍ତରଙ୍ଗ ବନ୍ଦରକୁ ବିରୋଧ କରୁଥିବା ଗ୍ରାମବାସୀ।

ଅସ୍ତରଙ୍ଗରେ ବନ୍ଦର ପ୍ରତିଷ୍ଠା ପାଇଁ ୨୦୦୮ରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଥିଲା ନବଯୁଗ କମ୍ପାନୀ । ୨୦୨୦ରୁ କେନ୍ଦ୍ର ସରକାର ପରିବେଶ ମଞ୍ଜୁରୀ ଦେଇ ସାରିଛନ୍ତି । ୩୮୦୦ ଏକର ଜମିରେ ବନ୍ଦର ପାଇଁ ଖର୍ଚ୍ଚ ହେବ ୧୨ହଜାର କୋଟି । ଏଥିପାଇଁ ବାରମ୍ବାର ଜନଶୁଣାଣି ଶିବିର ହେଉଛି, କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ