Spread the love


 ମହାନ୍ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ୨୪ତମ ଶ୍ରଦ୍ଧାଞ୍ଜଳୀ ଦିବସ।
କାକଟପୁର:-୧୧/୦୧ଦର୍ଶନ ସମୀକ୍ଷା :କାକଟପୁର ବ୍ଳକର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ, ସ୍ବାଧିନତାର ପରବର୍ତ୍ତୀ ସମୟରେ କାକଟପୁର ବ୍ଳକର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା, ମହାନ୍ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ଦାଶଙ୍କ ମାନସ ପ୍ରସ୍ତୁତ କାକଟପୁର ବାଳିକା ନୋଡାଲ ଉଚ୍ଚବିଦ୍ୟାଳୟର ପରିସରରେ, ତାଙ୍କର ୨୪ତମ ସ୍ମୃତି ସମାରୋହ ଦିବସ ପାଳିତ ହୋଇଯାଇଛି।ବରିଷ୍ଠ ପ୍ରଶାସକ  ତଥା ସ୍ମୃତି କମିଟିର ସଭାପତି ପ୍ରଭାତ କୁମାର ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କୃଷକ  ନେତା ଅମିୟ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଶଶଧର ପଣ୍ଡା, ବିଶିଷ୍ଟ ବକ୍ତା ବ୍ଳକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ଜେନା, ସମ୍ମାନିତ ଅତିଥି ରାଜ୍ୟ  ସଂସ୍କୃତି ବିଭାଗ ପ୍ରୋଗ୍ରାମିଙ୍ଗ ଅଫିସର ଡଃ ତ୍ରିଲୋଚନ  ବରାଳ,ସମାଜସେବୀ ଜ୍ଞାନରଞ୍ଜନ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଦାଶ,କବି ସମ୍ପଦ ରଥ, ସମ୍ପାଦକ ହୃଦାନନ୍ଦ ଶାସମଲ, ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ,କବି ଦୀପ୍ତି ମହାନ୍ତି, ପୂର୍ବତନ  ବ୍ଳକ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତି,ଶ୍ଵପ୍ନେଶ୍ଵର ସାହୁ, ନିରୋଧ ବରଣ ମହାନ୍ତି,ସାଧୁ ଚରଣ ବିଶ୍ଵାଳ,ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାଶଙ୍କ ସ୍ବାଧୀନତା ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ନାରୀ ଶିକ୍ଷା, ସାମାଜିକ ସଂସ୍କାର, ଅସ୍ପୃଶ୍ୟତା ଦୂରୀକରଣ ଉପରେ କାର୍ଯ୍ୟ କରି କାକଟପୁର ବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାରୀ କରିଥିବା କହିଥିଲେ।୧୯୬୨ ମସିହା ରୁ ୧୯୬୭ ମସିହା ପର୍ଯ୍ୟନ୍ତ କାକଟପୁର ବ୍ଳକର ଅଧ୍ୟକ୍ଷ ରହି ବିଂଶଶତାବ୍ଦିର କାକଟପୁର ଗଠନର ମୂଳଦୁଆ ପକାଇଥିଲେ। ତାଙ୍କର ଉଦ୍ୟମ ବଳରେ କଂଟାପଡା ଗ୍ରାମପଞ୍ଚାୟତର ଗମ୍ଭୀରପଦା ଠାରେ୧୯୬୫ମସିହାରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ,ବଲରା ଗ୍ରାମରେ ଆବାସିକ ବିଦ୍ୟାଳୟର, ପ୍ରତିଷ୍ଠା ହେବାସହ, କାକଟପୁର ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟର, କାକଟପୁର ମଙ୍ଗଳା ମହାବିଦ୍ୟାଳୟ ସ୍ଥାପନ କରିବାରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା।

ଏପରିକି ତାଙ୍କ ନାମରେ ଥିବା ଜମିଟିକୁ ଏକ ସ୍ଥାୟୀ ପୋଷ୍ଟ ଅଫିସ ସ୍ଥାପନ କରିବାକୁ ଦାନ କରିଥିଲେ।ମହାନ୍ ସଂଗ୍ରାମୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ କବିମାନେ ତାଙ୍କର କବିତା ମାଧ୍ୟମରେ ସ୍ବର୍ଗତ ଦାଶଙ୍କ ସମୟର ଘଟଣାବଳୀକୁ କବିତାର ସୁ ଲଳିତ ସ୍ବରରେ ରୂପ ଦେଇଥିଲେ।ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍ମୃତି କମିଟି ଦ୍ଵାରା ଅଧିକ ନମ୍ବର ଧାରି ଛାତ୍ରୀମାନଙ୍କୁ ପ୍ରମାଣ ପତ୍ରସହ ଆର୍ଥିକ ରାଶି ପ୍ରଦାନ କରାଯିବା ସହ ଅଂଶଗ୍ରହଣ କରିଥିବା କବିମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଗଣତନ୍ତ୍ରର ପ୍ରହରୀ ଭାବେ କାର୍ଯ୍ୟରତ ପ୍ରେସ କ୍ଳବର ସଭାପତି କମଳଲୋଚନ ଦୀକ୍ଷିତ,ଓ ମିଡ଼ିଆ ଫୋରମର ସଭାପତି ଅକ୍ଷୟ କୁମାର ରାଉତଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା। ସହକାରୀ ଶିକ୍ଷକ ବିଶ୍ଵଜିତ ସ୍ବାଇଁ, ଶିକ୍ଷୟିତ୍ରୀ ଜ୍ୟୋତୀର୍ମୟୀ ବେହେରାଙ୍କ ସମେତ ବାଳିକା ନୋଡାଲ ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରାଯାଇଥିଲା।

Related Post

Leave a Reply

Your email address will not be published. Required fields are marked *

You Missed