Spread the love

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଜିଲ୍ଲା ରେଡ଼କ୍ରସ ତରଫରୁ ସହାୟତା
ବାଲିମେଳା ତା୧୬/୦୪/୨୫(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ରେଡ଼କ୍ରସ ତରଫରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ।ବାଲିମେଳା ସହରର ଆଇଏମଏସଟି ସ୍କୁଲ ପଛ ପଟେ ରହୁଥିବା ଦିଲୀପ ବାଘ ଗତ ୧୩ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମା ଅଂଚଳରେ ଥିବା ନିଜ ବନ୍ଧୁ ଘରକୁ ଯାଉଥିବା ସମୟରେ ଭାରଶ୍ୟାମ ହରାଇ ଦୁର୍ଘଟଣାର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ପରିବାର ବର୍ଗ ଅନ୍ତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜିଲ୍ଲା ରେଡ଼କ୍ରସ ତରଫରୁ ଆଜି ବାଲିମେଳା ଏନଏସି କାର୍ଯ୍ୟାଳୟ ଠାରେ ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ନିର୍ବାହୀ ଅଧିକାରୀ ମୁନା ତୁରୁକ, କାଉନ୍ସେଲର କୃଷ୍ଣ ବାଘ,ପୁଷ୍ପାଞ୍ଜଳି ଚାଲାଣ ଓ ମନୋଜ ପାଙ୍ଗିଙ୍କ ଉପସ୍ଥିତରେ ତାଙ୍କ ପୁଅ ଜିତୁ ବାଘଙ୍କୁ ୧୦ହଜାର ସହାୟତା ରାଶି ପ୍ରଦାନ କରାଯାଇଛି।

Related Post

Leave a Reply

Your email address will not be published. Required fields are marked *

You Missed