ଗଞ୍ଜେଇ ମାମଲାରେ ୱାରେଣ୍ଟ ଥିବା ରେଲି ଙ୍କୁ ଗିରଫ କଲା ଓରକେଲ ପୋଲିସ
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି କୋର୍ଟ ଆଦେଶ କୁ ଅବମାନନା କରିଥିବା ଜଣେ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଓରକେଲ ଥାନା ଅନ୍ତର୍ଗତ କଣ୍ଡେଲଗୁଡା ଗ୍ରାମର ରେଲି ଖେମୁଣ୍ଡୁ ନାମକ ବ୍ୟକ୍ତି ଗତ ୨୦୨୨ ମସିହା ଅଗଷ୍ଟ ମାସରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓରକେଲ ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ କୋର୍ଟ ଚାଲାଣ କରିଥିଲେ। ପରେ ସେ ୧ ବର୍ଷ ରୁ ଉର୍ଦ୍ଧ୍ବ ଧରି ଜେଲ ସଜା ଖଟି ବେଲ ରେ ବାହାରକୁ ଆସିଥିଲେ। ଏହାପରେ ସେ କୋର୍ଟ ର ଧାର୍ଯ୍ୟ ତାରିଖରେ ଉପସ୍ଥିତ ନ ରହି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ। ପରେ ତାଙ୍କ ନାମରେ ଏକ ୱାରେଣ୍ଟ କୋର୍ଟ ପକ୍ଷରୁ ଜାରି ହୋଇଥିଲା। ତାକୁ ଭିତ୍ତି କରି ଓରକେଲ ପୋଲିସ ରେଲି କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଦୁର୍ଗା ପୂଜା ହେତୁ ରେଲି ନିଜ ଗ୍ରାମକୁ ଆସିଥିବା ବେଳେ ପୋଲିସ ଖବର ପାଇ ତାକୁ ଜବାଗଡ଼ ହାଟ ରୁ ଗିରଫ କରିଛି। ଆଜି ରେଲି କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।