Spread the love

ମନର ଭାବନା ତୋଳେ


ନିଧି ସାହୁ

ମନର ଭାବନା ତୋଳେ
କଳ୍ପନାର ବଟବୃକ୍ଷ
ଯେଉଁଠି ବୁଲୁଥାଏ କଳ୍ପନା
କିଛି ସ୍ବପ୍ନ କିଛି ସମ୍ଭାବନା
ଲୁଚିଥାଏ ନୀରବତା, ନିବିଡତା
ଭାବପ୍ରବଣତା
ଦିବ୍ୟପ୍ରାଣସତ୍ତା
ଲୁଚିଥାଏ
ନିଃଶବ୍ଦ ଶବ୍ଦର ଚାରୁ ବର୍ଣ୍ଣମାଳା
ଶୁଭୁଥାଏ ଭାବର ମୂର୍ଛନା
ମନର ଭାବନା ତୋଳେ*
ଅକଳନ ଭାବନା
ଅସୁମାରୀ ବାସନା
ଅନୁପମ ଅଜଣା ଠିକଣା
ଉଜ୍ଜୀବିତ କରେ
ଦରଦ ଓ ଯାତନା
ଲେଖନୀରେ ତୋଳେ ଛନ୍ଦ ସୁମଧୁର ଗୀଚ ଓ ସଙ୍ଗୀତ
ଖିଆଲି ମନେ ମଧୁବୋଳା ମହକ
ଆକାଶିଆ ମନେ ଜହ୍ନର ଝଲକ
ହୃଦୟର ତୀରେ ରଙ୍ଗ ସ୍ଵପ୍ନର କୁହୁକ
ମନର ଭାବନା ତୋଳେ*
କେବେ ଭୀଷ୍ମଙ୍କ ପରି ବଜ୍ର ଶପଥ
କୁସୁମିତ ଚଲାପଥ
ଆଉ କେବେ
ମନର କବିତା
ସ୍ଵପ୍ନର କବିତା
ହୃଦୟବେଳାରେ ହୃଦୟ କଥା
ମନର ଭାବନା ତୋଳେ*
ଫରଚା ଆଲୁଅ ରେ
ପୁଲକର ପ୍ରତିଧ୍ଵନି
ଲେଖି ନୂତନ ଜୀବନୀ
ତୋଳେ
ଚାରୁ ରୂପ କଳ୍ପ
ଦେଇ କେବେ ଆଶୀର୍ବାଦ,
କେବେ ଅଭିଶାପ
କେତେ ଛବି,
କେତେ ପ୍ରତିଛବି
(ଆଉ କେତେ କେତେ କ’ଣ କ”ଣ, ନିଜକୁ ପଚାର)
ସରାଟ, ଚଣାହଟ୍ଟା ବାଲିପାଟଣା ଖୋର୍ଦ୍ଧା-, ୭୫୨୧୦୨*
ମୋବାଇଲ-୭୯୭୮୩୯୪୧୯୫*

Leave a Reply

Your email address will not be published. Required fields are marked *