Spread the love



  

ଭୁବନେଶ୍ୱର, ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା ଘଟଣାକୁ ସବୁଆଡୁ ନିନ୍ଦା କରାଯାଉଥିବାବେଳେ ଜାତୀୟ ରାଜନୀତିର ବଡ଼ ବଡ଼ ନେତା ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ ସଂଘ ବିରୋଧ କରିଥିବାବେଳେ ବର୍ତ୍ତମାନ ଅବସରପ୍ରାନ୍ତ ସେନା ମୁଖ୍ୟ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ମୁହାଁମୁହିଁ ହୋଇଛନ୍ତି।

ଅବସରପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ଭିକେ ସିଂ ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ହୋଇଥିବା ଘଯଣାକୁ ନେଇ ଜେନେରାଲ ଭିକେ ସିଂ ସୋସିଆଲ ମିଡିଆରେ କହିଛନ୍ତି, ଭରତପୁର ଘଟଣା ଅତ୍ୟନ୍ତ ଲଜ୍ୟାକର ଓ ଭୟାବହ। ଓଡ଼ିଶା ପୋଲିସ ସ୍ଥିତିକୁ ନ ସମ୍ଭାଳିପାରିବା ତା’ର ପାରିବାପଣିଆକୁ ବର୍ଶାଉଛି। ଏହି ଘଟଣାରେ ସାମିଲ୍‌ ଥିବା ଅଧିକାରୀଙ୍କ ବିରୋଧରେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଏହାକୁ କାଉଣ୍ଟର କରି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓ, ଯିଏକି ଓଡ଼ିଶା କ୍ୟାଡର ଜଣେ ଆଇପିଏସ ଅଧିକାରୀ ଅଟନ୍ତି। ସେ କହିଛନ୍ତି, ଭରତପୁର ଘଟଣାରେ କିଛି ଅଲଗା ପ୍ରତିଛବି ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରାଯାଉଛି। ଜେନେରାଲ ସିଂହଙ୍କ ଅଭିଯୋଗକୁ ସୋସିଆଲ ମିଡିଆରେ ନିର୍ଦ୍ଦେଶକ ରାଓ ଖଣ୍ଡନ କରିଛନ୍ତି। ମେଜର ଓ ତାଙ୍କ ବାନ୍ଧବୀ ରାତି ଅଧରେ ଭରତପୁର ଥାନରେ ଯୋଉ ବ୍ୟବହାର କଲେ ତାହା ଜଣେ ଶିକ୍ଷିତ ଦାଇତ୍ୱବାନ ବ୍ୟକ୍ତି ଙ୍କୁ ଶୋଭା ଦିଏନା…

Related Post

Leave a Reply

Your email address will not be published. Required fields are marked *

You Missed