Spread the love

ବିଦ୍ୟାଳୟର ଉନ୍ନତି କଳ୍ପେ ବନ୍ଧୁମିଳନ

ଭୁବନେଶ୍ୱର –10/4- (ଦର୍ଶନ ସମୀକ୍ଷା ଭୁବନେଶ୍ୱର) ସ୍ଥାନୀୟ ସରକାରୀ ଉ ପ୍ରା ବିଦ୍ୟାଳୟ , ବି ଜେ ବି ନଗର ରୁ2016 ମସିହା ବ୍ୟଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ବିଦ୍ୟାଳୟ ପରିସର ରେ ବୁଧବାର ଦିନ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ବ୍ୟାଚର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ର ବ୍ୟସ୍ତବହୁଳ ସମୟ ଭିତରୁ ବିଦ୍ୟାଳୟ ର ଉନ୍ନତି ପାଇଁ କିଛି ସମୟ ବାହାର କରି ଏହି ମନୋଜ୍ଞ କାର୍ଯ୍ୟକ୍ରମର କରିଥିଲେ । ଏ ଥି ସହିତ ବିଦ୍ୟାଳୟ ର ପୂରାତନ ଶିକ୍ଷୟତ୍ରୀ ବିଦୁଲତା ଦେଇ , ଶକୁନ୍ତଳା ଦେବୀ, ସନ୍ଦ୍ୟା ରାଣୀ ଦେବୀ ,ନିରୁପମା ନନ୍ଦ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହିତ ବିଦ୍ୟାଳୟର ଅନ୍ୟ ଦିଦି ସାର ମାନେ ମଧ୍ୟ ବିଗତ ଦିନର ମଧୁର ସ୍ମୁତି ଚାରଣ କରିଥିଲେ । ପଞ୍ଚଶଖା ସିକ୍ଷାସେତୁ ଅନ୍ତର୍ଗତ ଏକ ଆଲୁମିନ ଗଠନ ମଧ୍ୟ ଏହି ସଭାର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ବିଦ୍ୟାଳୟର ଉନ୍ନତି କଳ୍ପେ କାର୍ଯ୍ୟ କରିବାକୁ ସମସ୍ତ ବନ୍ଧୁମାନେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।ବିଦ୍ୟାଳୟର ବର୍ତ୍ତମାନର ମୁଖ୍ୟ ସମସ୍ୟା ଶିକ୍ଷକ ଅଭାବ ଜନିତ ସମସ୍ୟାକୁ ଉଚ୍ଚକର୍ତୁପକ୍ଷ ଙ୍କ ଦୃଷ୍ଟିକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତି ହୋଇଥିଲା ।ସଭାର ପରିଚାଳନା ଶିବ ମାଣ୍ଡଳ , ରତ୍ନା କର କରିଥିବା ବେଳେ ଶେଷରେ ରାଜେନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *