ଭୁବନେଶ୍ୱର :(ଦର୍ଶନ ସମୀକ୍ଷା) ସତ୍ୟନଗର ଲେଡ଼ିଜ ଫୋରମ୍ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆସନ୍ତା ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬ଟା ବେଳେ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ” ଅଭିରୁଚି ନାରୀ ପ୍ରତିଭା ସମ୍ମାନ- ୨o୨୫ ” ଅନୁଷ୍ଠିତ ହେବାକୁ ହେବାକୁ ଯାଉଛି l ଉକ୍ତ କାର୍ଯ୍ୟକ୍ରମରେ ପିଠାପଣା ପ୍ରତିଯୋଗିତା ଏବଂ ପ୍ରଥମ ଥର ପାଇଁ ‘ ମୁଁ ଗର୍ବିତ, ମୁଁ ଓଡ଼ିଆ ‘ ଶୀର୍ଷକରେ ଏକ ପାରମ୍ପରିକ ବେଶପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ l ପ୍ରତିଯୋଗିତାରେ ବିଜୟୀ ଶ୍ରେଷ୍ଠ ତିନି ଜଣଙ୍କୁ ସମ୍ମାନ ଫଳକ ସହ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ l ଏହା ସହ ପ୍ରତି ବର୍ଷ ପରି ବିଭିନ୍ନ କ୍ଷେତ୍ରରେ ସ୍ୱୀକୃତି ଲାଭ କରିଥିବା ୧୨ ଜଣ ମହିଳାଙ୍କୁ ‘ଅଭିରୁଚି ନାରୀ ପ୍ରତିଭାରେ ସମ୍ମାନ ‘ ରେ ସମ୍ମାନିତ କରାଯିବ l ଏଥିରେ ବିଶିଷ୍ଟ ଅତିଥି ରୂପେ ଯୋଗ ଦେବେ ସିନେ ତାରକା ଅନୁ ଚୌଧୁରୀ, ସମାଜସେବୀ ତଥା ସ୍ତମ୍ଭକାର ଅରୁନ୍ଧତୀ ଦେବୀ, ଡ଼ ସରିତା ସୁପକାର, ସବିତା ବାରିକ ଏବଂ ସତ୍ୟ ନଗର ଲେଡ଼ିଜ ଫୋରମର ଉପଦେଷ୍ଟା ନିଶିକାନ୍ତ ମିଶ୍ର l
ଏଣୁ ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମଙ୍କୁ ଅନୁରୋଧ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬ ଟା ରେ ବୁଦ୍ଧ ମନ୍ଦିର, ୟୁନିଟ – ୯ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିବେ l
ଅନୁରାଧା ଦାଶ
ସମ୍ପାଦିକା,ସତ୍ୟନଗର ଲେଡ଼ିଜଫୋରମ
ଭୁବନେଶ୍ୱର