Spread the love

ବିଶ୍ୱାସ ରେ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର ତା:-୦୩.୦୩.୨୫ (ଦର୍ଶନ ସମୀକ୍ଷା) ଵିଶ୍ଵାସ ରେ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ପ୍ରତିମା ଘଡେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି ।

ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ, ସଂପାଦିକା ଶ୍ରୀମତୀ ନନ୍ଦିନୀ ଘଡେଇ, ନିର୍ଦ୍ଦେଶକ ଡ଼ଃ ଏଲ୍ଏନ୍ ପଣ୍ଡା, ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର ସତ୍ୟଭାମା ମିଶ୍ର, ପାରାମେଡିକାଲ୍ କଲେଜର ଅଧ୍ୟକ୍ଷ ଡାକ୍ତର ଅଭୟ କୁମାର ବାହିନୀପତି,+୨ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର କର, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗଦାନ ଦେଇଥିଲେ। ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମସ୍ତ କର୍ମଚାରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ସର୍ବଶେଷରେ କେକ୍ କଟାଯାଇ ଜନ୍ମଦିନର ଶୁଭେଛା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସଂଧ୍ୟାରାଣୀ ମହାପାତ୍ର ସଂଯୋଜନା କରିଥିଲେ ଏବଂ ଇଂ ରଜନିଶ୍ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You Missed