Spread the love

ଭୁବନେଶ୍ୱର ୪ ଫେବୃଆରୀ, (ଦର୍ଶନ ସମୀକ୍ଷା) ବିଶ୍ୱ କ୍ୟାନସର ଦିବସ ଉପଲକ୍ଷେ ବି.ଜେ.ଇ.ଏମ୍. ସ୍କୁଲର ସମ୍ମିଳନୀ କକ୍ଷରେ ସତ୍ୟନଗର ଲେଡ଼ିଜ ଫୋରମ ଦ୍ୱାରା ଏକ କ୍ୟାନସର ସଚେତନତା ଆଲୋଚନା ଚକ୍ର ଶୀର୍ଷକ ‘ ସେ ନୋ ଟୁ ଟୋବାକୋ ‘ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଡ଼ ଦିଲୀପ ପରିଡା, ବରିଷ୍ଠ କ୍ୟାନସର ବିଶେଷଜ୍ଞ, ଏମ୍ସ ହସ୍ପିଟାଲ, ଡ଼ ସୁତପା ବିଶ୍ୱାସ, ପାଥୋଲୋଜିଷ୍ଟ, ସ୍ପର୍ଶ ହସ୍ପିଟାଲ, ଦନ୍ତ ବିଶେଷଜ୍ଞ ଡ଼ ପ୍ରିୟଙ୍କା, ସ୍ପର୍ଶ ହସ୍ପିଟାଲ ଏବଂ ବିଦ୍ୟାଳୟର ନିର୍ଦେଶକ ଶ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ l ତମାଖୁ ଓ ଗୁଟଖାର କୁପରିଣାମ ଉପରେ ସଚେତନତାକୁ ନେଇ ଶ୍ରୁତକିର୍ତ୍ତୀ ତ୍ରିପାଠୀ ଏବଂ ନ୍ୟୁଟ୍ରିସନିଷ୍ଟ ଶର୍ମିଷ୍ଠା କର ତାଙ୍କ ମତାମତ ରଖିଥିଲେ l

ସତ୍ୟନଗର ଲେଡ଼ିଜ ଫୋରମର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ ଅନୁଷ୍ଠାନର ସଦସ୍ୟ ଶୁଭେଦିତା ରାୟ, ଦୀପ୍ତି ବେହେରା, ରୀନା ନାୟକ, ଅର୍ଚ୍ଚନା ନାୟକ, କିରଣବାଳା ମିଶ୍ର ଏବଂ ଗୋବିନ୍ଦ ପାତ୍ର ସହଯୋଗ କରିଥିଲେ l କାର୍ଯ୍ୟକ୍ରମକୁ ସଫଳ ହେବା ପାଇଁ ସାହାଯ୍ୟ କରିଥିଲେ ବିଦ୍ୟାଳୟର କାଉନସେଲର ସୁନନ୍ଦା ମହାପାତ୍ର ଏବଂ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ଜେନା l

Leave a Reply

Your email address will not be published. Required fields are marked *

You Missed