Spread the love

ଉତ୍କଳ ହସ୍ପିଟାଲରେ ମସ୍ତିଷ୍କ ମୃତ ଲତାଙ୍କ ଏକ ଜକୃତ୍ତ ଦାନ ଏବଂ ଆବଶ୍ୟକ କରୁଥିବା ଅନ୍ୟ ଜଣଙ୍କର ଶରୀରରେ ସଫଳ ପ୍ରତିରୋପଣ l

ଭୁବନେଶ୍ବର 2୪ 01.25,ଦର୍ଶନ ସମୀକ୍ଷା :କେଉଁଝର ଜିଲ୍ଲା କୋଡଖମଣ ଗ୍ରାମର ମହିଳା, ଲତା ମହlନ୍ତ ବୟସ -୫୮,ସ୍ବାମୀ କୁଳମଣି ମହlନ୍ତ ଗତ ୧୬.୦୧.୨୦୨୫ ତାରିଖ ଦିନ ମୂର୍ମୁଷ ଅବସ୍ଥାରେ ଉତ୍କଳ ହସ୍ପିଟାଲରେ ଭର୍ତି ହୋଇଥିଲେ l
୧୫.୦୧.୨୦୨୫ ରିଖଦିନ ଘରେ ପଡ଼ିଯାଇଥିଲେ ଫଳରେ କଥା କହିପରୁନଥିଲେ,ବାନ୍ତି ମଧ୍ଯ କରୁଥିଲେ l
ଉତ୍କଳ ହସ୍ପିଟାଲର ନିରୋ ମେଡ଼ିସିନ ବିଭାଗର ବରିଷ୍ଠ Dr.Akash Gupta ଙ୍କ ତତ୍ବାବଧାନରେ ପ୍ରଥମେ ଚିକିତ୍ସା ହେଉଥିଲେ ପରେ Dr. Bimal Sahoo ତାଙ୍କର BI/LEVD Surgery କରିଥଲେ l Surgery ପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ବିଶେଷ କିଛି ଉନ୍ନତି ହୋଇନଥିଲା
ଧିରେ ଧିରେ ତାଙ୍କର ବ୍ରେନ୍ ଡେଡ ହୋଇଥିଲା l

ଏହାପରେ ଉତ୍କଳ ହସ୍ପିଟାଲର braindead କମିଟି ର ସଦସ୍ୟ ମାନେ Dr. Amitabh Rath,Dr.Akash Gupta,Dr.Bimal Sahoo,Dr. Randhir Mitra ,Dr.Biswa Bikash Mohanty ଏବଂ Dr, Sidharth Sahoo ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ସମୂର୍ଣ୍ଣ ମସ୍ତିଷ୍କ ମୃତ୍ୟୁ ଘୋଷଣା କରିଥିଲେ l

ଏହାପରେ ଟ୍ରାନସପ୍ଲାଣ୍ଟ କୋଡିନେଟର ଶ୍ରୀ ନିରଞ୍ଜନ ପରମlନିକ ଲତlଙ୍କ ପରିବାରର ସଦସ୍ୟ ମାନଙ୍କ ସହିତ ବାର୍ତ୍ତାଳାପ କରି ଥିଲେ ଏବଂ ସରକାରଙ୍କର ନିୟମାନୁଯାୟୀ ଅଙ୍ଗଦlନ ସମ୍ବନ୍ଧିତ ଦସ୍ତlବିଯରେ ସ୍ୱାକ୍ଷର କରାଇଥିଲେ l
ସରକାରଙ୍କର SOTTO ବିଭାଗରୁ ଆବଶ୍ୟକୀୟ ଅନୁମତି କରାଇଥିଲେ l
ପରିବାର ଲୋକଙ୍କ ସହମତି କ୍ରମେ ଲତା ଗୋଟିଏ ଲିଭର୍ ଦlନକରିଥିଲେ l

ସରକାରଙ୍କର ପ୍ରତୀକ୍ଷା ତାଲିକା ଅନୁସାରେ ଉତ୍କଳ ହସ୍ପିଟାଲରେ ଆବଶ୍ୟକ କରୁଥିବା ଅପେକ୍ଷା ରତ ଜଣେ ପୁରୁଷ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା l
ଉତ୍କଳ ହସ୍ପିଟାଲର ବଶିଷ୍ଠ
ଟ୍ରାନସ୍ପ୍ଲାଣ୍ଟ ସର୍ଜନ ଡ଼ାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ତାଙ୍କର ଉତ୍ସଗିକୃତ୍ତ ଟିମ୍ ଏହି ଗୁର୍ତ୍ୱପୂର୍ଣ୍ଣ ଅପରେସନ ସଫଳତାର ସହ ସଂପନ୍ନ କରିଥିଲେ l
ଏବେ ଅଙ୍ଗ ଗ୍ରହୀତା ହସ୍ପିଟାଲରେ ରହି ସୁସ୍ଥ ଅଛନ୍ତି l
ସଂଯୋଗ ବସତଃ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ୍ Dr.Aditya Kumar Samal ଫେୃବୃୟାରୀ ୨୨ , ତାରିଖ ସକାଳୁ USA ରୁ ଆସି ପହଁଚିଛନ୍ତି ସେ ଏହି ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିବେ l Dr. Samal , ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡ଼ାଇରେକ୍ଟର ଡ ପ୍ରଜ୍ଞାନ ରଞ୍ଜନ ଘଡେ଼ଇ, ଉତ୍କଳ ହସ୍ପିଟାଲର ଅନ୍ୟ ବରିଷ୍ଠ ପ୍ରରିଚlଳନl ସଦସ୍ୟ ମାନେ ଏବଂ SOTTO ର ଜଏନ୍ଟ ଡାଇରେକ୍ଟର
Dr.Bibhuti Bhushan Nayak, ଆଡିସନାଲ୍ ଡାଇରେକ୍ଟର, ନୋଡାଲ ଅଫିସର Prof. Dr.Umakanta Satpathy ପ୍ରମୁଖ ଲତlଙ୍କ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଇଥିଲେ ଏବଂ ଉତ୍କଳ ହସ୍ପିଟାଲର ଦକ୍ଷ ଡlକ୍ତର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ପ୍ରଦାନ କରିଥିଲେ l

ନିୟମ ଅନୁସାରେ ଶେଷରେ ଉତ୍କଳ ହସ୍ପିଟାଲ ପରିସରରେ ଲତlଙ୍କ ମରଶରୀରକୁ ସମ୍ମାନର ସହିତ ଗାର୍ଡ ଅଫ ହନର୍ ପ୍ରଦାନ କରାଯାଇଥିଲା ଏହି ସମୟରେ ହସ୍ପିଟାଲର ସି. ଓ. ଓ. Mr.Manav , ଅପରେସନ ମୁଖ୍ୟ Dr.Jotismaya Mohapatra ଏବଂ ହସ୍ପିଟାଲର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ l

Related Post

Leave a Reply

Your email address will not be published. Required fields are marked *

You Missed