Spread the love


ତାରିଖ: ୨୫ ଏପ୍ରିଲ ୨୦୨୫
ଭୁବନେଶ୍ୱର।(ଦର୍ଶନ ସମୀକ୍ଷା)

ଜମ୍ମୁ କାଶ୍ମୀର ର ପହଲଗାମ ଆକ୍ରମଣ ରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମହମବତୀ ମାର୍ଚ୍ଚ :-

ଆରୋହଣ ଟ୍ରଷ୍ଟ ଓ ସହିଦ୍ ଭଗତ ସିଂ ଯୁବ ପରିଷଦ ପକ୍ଷରୁ ଆଜି ଏକ ବିଶାଳ ମୌନ କ୍ୟାଣ୍ଡେଲ୍ ଶୋଭାଯାତ୍ରା ର ଆୟୋଜନ ହୋଇଥିଲା । ଯାହାକି ଜୟଦେବ ବିହାର ଭଗବତୀ ମନ୍ଦିର ଠାରୁ ବାହାରି ବିଜୁପଟ୍ଟନାୟକ କଲେଜ ଦେଇ ଏନ୍ ୬ ସ୍ଥିତ ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ଆସିଥିଲା ।

ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଅରୋହଣ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ସହିଦ୍ ଭଗତ ସିଂ ଯୁବ ପରିଷଦ ର ସମ୍ପାଦକ ଶ୍ରୀ ସ୍ୱପ୍ନେନ୍ଦୁ ମହାନ୍ତି । ଶ୍ରୀ ମହାନ୍ତି କହିଥିଲେ କାଶ୍ମୀର ସହର ର ପହେଲଗାମ ରେ ଘଟିଥିବା ଆକ୍ରମଣରେ ନିହତ ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ସନ୍ଧ୍ୟାରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ମାର୍ଚ୍ଚ ର ଆୟୋଜନ ହୋଇଅଛି ଏବଂ ତା ସହିତ ପାକିସ୍ତାନ ଆତଙ୍କବାଦୀ ଙ୍କୁ ଘୋର ନିନ୍ଦା କରାଯାଇଅଛି ।

ଏହି କାର୍ଯ୍ୟକ୍ରମ ରେ ଜୟଦେବ ବିହାର ଓ ଆଇ ଆର ସି ଭିଲେଜ୍ ଅଞ୍ଚଳ ର ଅନେକ ନାଗରିକ, ଯୁବକ, ଯୁବତୀ ମାନେ ଓ ଛାତ୍ରଛାତ୍ରୀମାନେ ସହଭାଗୀ ହୋଇ ନିହତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେମାନେ ମହମବତୀ ଧରି ଶାନ୍ତି ଓ ଏକତାର ବାର୍ତ୍ତା ଦେଇ ଆତଙ୍କବାଦ ପ୍ରତି ଗଭୀର ନିନ୍ଦା ବ୍ୟକ୍ତ କରିଥିଲେ।

ଏହି ମାର୍ଚ୍ଚ ମାଧ୍ୟମରେ ଆରୋହଣ ଟ୍ରଷ୍ଟ ଓ ସହିଦ୍ ଭଗତ ସିଂ ଯୁବ ପରିଷଦ ଏକତାର ଦୃଢ଼ ସଙ୍କଳ୍ପ ପ୍ରଦର୍ଶନ କରିଛି ଓ ନିହତ ନାଗରିକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛି l

Related Post

Leave a Reply

Your email address will not be published. Required fields are marked *

You Missed