Spread the love

ଗାଜା ରେ ଇସ୍ରାଏଲ ର ଗଣ ସଂହାର ବିରୋଧ ରେ ପାଲେଷ୍ଟାଇନବାସୀ ଙ୍କ ପ୍ରତି ସଂହତି ଜଣାଇ ଆଲୋଚନା ସଭା

ଭୁବନେଶ୍ବର ତାରିଖ:୦୩.୧୧.୨୦୨୪

“ଅଧିକାର” ପତ୍ରିକା ତରଫ ରୁ ଗାଜା ଉପରେ ଇସ୍ରାଏଲ ତରଫ ରୁ ନର ସଂହାର ର ପ୍ରତିବାଦ କରି ଭୁବନେଶ୍ଵର ଆନନ୍ଦ ବଜାର ଛକସ୍ଥିତ ସାମ୍ୟବାଦୀ ଅଫିସ ସଭାଗୃହ ରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅଧିକାର ର ସମ୍ପାଦକ ତଥା ବର୍ଷୀୟାନ ବାମପନ୍ଥୀ ନେତା ଜନାର୍ଦ୍ଦନ ପତିଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ସଭାରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଲୋଚନା ର ପୃଷ୍ଠଭୂମି ଉପରେ ବକ୍ତବ୍ୟ ରଖିଥିଲେ।

ବରିଷ୍ଠ ସାମ୍ୱାଦିକ ରବି ଦାସ, ପ୍ରଫେସର ଅମୀୟ କୁମାର ମହାନ୍ତି, ପ୍ରଫେସର ମାନସ ବେହେରା, ବିଶିଷ୍ଟ କବି ଡଃ ଅଶ୍ଵିନୀ ମିଶ୍ର, ବାମପନ୍ଥୀ ବୁଦ୍ଧିଜିବୀ ସନ୍ତୋଷ ଦାସ, ମହିଳା ନେତ୍ରୀ ତାପସୀ ପ୍ରହରାଜ ପ୍ରମୁଖ ସଭାରେ ଯୋଗଦେଇ ଆଲୋଚନା କୁ ସମୃଦ୍ଧ କରିଥିଲେ।
ବକ୍ତାମାନେ ଯୁକ୍ତରାଷ୍ଟ୍ର ଆମେରିକାର ମଦତ୍ତପୃଷ୍ଟ ରେ ଇସ୍ରାଏଲ ଦ୍ଵାରା ଚାଲିଥିବା ଗଣ ସଂହାର କୁ ତୀବ୍ର ନିନ୍ଦା କରିଥିଲେ। ସାମ୍ରାଜ୍ୟବାଦ ଏବଂ ସାମ୍ପ୍ରଦାୟିକତାବାଦ ବିରୋଧ ରେ ଜନମତ କୁ ଜାଗ୍ରତ କରିବା ପାଇଁ ଆହ୍ଵାନ ଦେଇଥିଲେ। ଭାରତ ସରକାରଙ୍କ ଇସ୍ରାଏଲ ସପକ୍ଷବାଦୀ ଏବଂ ପାଲେଷ୍ଟାଇନ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରାଯାଇଛି।

ଅବିଳମ୍ବେ ଯୁଦ୍ଧ ର ଅବସାନ ଘଟାଇ ପାଲେଷ୍ଟାଇନ ରେ ଶାନ୍ତି ପ୍ରତିଷ୍ଠା, ପାଲେଷ୍ଟାଇନ କୁ ସ୍ଵତନ୍ତ୍ର ରାଷ୍ଟ୍ର ର ସ୍ଵୀକୃତି ପ୍ରଦାନ ପାଇଁ ରାଷ୍ଟ୍ରସଙ୍ଘ ର ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା, ପୁର୍ବ ଜେରୁଜେଲମ କୁ ପାଲେଷ୍ଟାଇନ ର ରାଜଧାନୀ ଘୋଷଣା କରିବା ଦାବି ଗୁଡ଼ିକୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଆଲୋଚନା ସଭାର ସଭାପତି ଜନାର୍ଦ୍ଦନ ପତି ଆଗତ କରିଥଲେ ଏବଂ ସଭାରେ ଗୃହୀତ ହୋଇଥିଲା।
ବର୍ତ୍ତମାନ୍ ସୁଦ୍ଧା ପାଲେଷ୍ଟାଇନ ରେ ୪୨,୦୦୦ ଉର୍ଦ୍ଧ୍ବ ପାଲେଷ୍ଟାଇନବାସୀ ମୃତ୍ୟୁ ବରଣ କରିଛନ୍ତି, ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ୧୦୦୦୦ ରୁ ଉର୍ଦ୍ଧ୍ବ ଲୋକ ମାଟିରେ ପୋତି ହୋଇ ପଡିଛନ୍ତି। ମାନବ ସଭ୍ୟତା ପାଇଁ ଗୁରୁତର ଚ୍ୟାଲେଞ୍ଜ ଏବଂ ଗଭୀର ଉଦବେଗ ର ବିଷୟ ବୋଲି ବକ୍ତା ମାନେ କହିଥିଲେ।
ଏହା ଆଲୋଚନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସମେତ ଦୁଷ୍ମନ୍ତ କୁମାର ଦାସ,ପୁଷ୍ପା ଦାଶ, ବଦ୍ରୀ ନାରାୟଣ ଦାଶ, କବି ବସନ୍ତ ମାଝୀ, ପ୍ରଫେସର ଶିବ ଶଙ୍କର ମହାନ୍ତି,ମାନସ ଜେନା,ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ ଏବଂ ମିନତୀ ପାଣିଗ୍ରାହୀ ପ୍ରଭୃତି ବହୁ ବନ୍ଧୁ ଏବଂ ବୁଦ୍ଧିଜିବୀ ଯୋଗ ଦେଇଥିଲେ ।
ସୁରେଶ ଚନ୍ଦ୍ର ପାଣିଗ୍ରାହୀ
ଫୋନ୍:୯୪୩୭୯୩୬୭୯୭

Related Post

Leave a Reply

Your email address will not be published. Required fields are marked *

You Missed