Spread the love

ଭଦ୍ରକ :ମଣ୍ଡିରେ କଟ୍‌ନି ଛଟ୍‌ନି ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍‌ଙ୍କୁ ତାଗିଦ୍‌ କରାଯାଉଛି । ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଥିବା ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛିଦିନ ତଳେ ଭଦ୍ରକ ଗସ୍ତରେ ଆସି ସ୍ଥିତି ପରଖିଥିଲେ । ମିଲର୍‌ ଓ ସମିତି ସମ୍ପାଦକଙ୍କୁ ଚେତାବନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟ୍‌ନି ଛଟ୍‌ନି ରୋକିବା ଦିଗରେ ତତ୍ପରତା ଦେଖାଦେଇଥିଲା । ଖୋଦ୍‌ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟ ମଣ୍ଡିକୁ ଯାଇ ଯାଞ୍ଚ କରିଥିଲେ । ଏହା ସତ୍ତ୍ଵେ ପୁଣି ଅନୁରୂପ ଅଭିଯୋଗ ଆସିବାକୁ ଲାଗିଲା । 

ସତ୍ୟତା ଜାଣିବାକୁ ଜିଲ୍ଲାପାଳ ରବିବାର ଧାମନଗର ବ୍ଲକ୍‌ କଟସାହି ସେବା ସମବାୟ ମଣ୍ଡିକୁ ଚାଷୀ ବେଶରେ ବାଇକ୍‌ରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଅନୁରୂପ ବେଶରେ ଯାଇଥିଲେ । ହାଫ୍‌ ପ୍ୟାଣ୍ଟ, ମୁଣ୍ଡରେ ଠେକା ଭିଡ଼ି, ଚପଲ ପିନ୍ଧିଥିବାରୁ ସମବାୟ ସମିତି ସମ୍ପାଦକ ବିନୋଦ ଦଳାଇ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ । ଜିଲ୍ଲାପାଳ ନିଜକୁ ଲୁଣିଆ ତେଲିସାହିର ଜଣେ ଚାଷୀ ବୋଲି ପରିଚୟ ଦେଇଥିଲେ । ପଚାରି ବୁଝିବା ବେଳେ ମଣ୍ଡିରେ ୧୫ କେଜି ଯାଏ ଧାନ କଟାଯାଉଥିବା ଓ ବ୍ୟାପକ ଅବ୍ୟବସ୍ଥା ଚାଲିଥିବା ଜାଣିବାକୁ ପାଇଥିଲେ। ସେଠାରୁ ଫେରି ସମ୍ପାଦକ ଶ୍ରୀ ଦଳେଇଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ଭଦ୍ରକ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ସୁରକ୍ଷାକର୍ମୀ ମଧ୍ୟ ଅନୁରୂପ ବେଶରେ ଯାଇଥିଲେ । ହାଫ୍‌ ପ୍ୟାଣ୍ଟ, ମୁଣ୍ଡରେ ଠେକା ଭିଡ଼ି, ଚପଲ ପିନ୍ଧିଥିବାରୁ ସମବାୟ ସମିତି ସମ୍ପାଦକ ବିନୋଦ ଦଳାଇ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ ।କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You Missed