Spread the love

ଭଦ୍ରକ ତାରିଖ = ୨ /୨/୨୦୨୫ ( ଦର୍ଶନ ସମୀକ୍ଷା ) ଭଦ୍ରକ ରିପୋର୍ଟର ଅବଦୁଲ ଫିରୋଜ ଖାଁ ସନାତନ ଧର୍ମରେ ମାତା ସରସ୍ୱତୀଙ୍କ ଉପାସନର ବିଶେଷ ମହତ୍ତ୍ୱ ରହିଛି, କାରଣ ମାତା ସରସ୍ୱତୀ ଜ୍ଞାନର ଦେବୀ ଓ ଜ୍ଞାନ ଜଗତର ଅନ୍ୟ ସମସ୍ତ ବିଷୟଠାରୁ ଅଧିକ ବିବେଚନା କରାଯାଏ ।
ସରସ୍ବତୀ ପୂଜା ଦିନ କାହିଁକି ପିଲାଙ୍କୁ ଖଡ଼ି ଛୁଆଁ ଯାଏ l
ବିଦ୍ୟାଂ ଦେହୀ ନମୋସ୍ତୁତେ । ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମା’ ସରସ୍ବତୀଙ୍କୁ ଆରାଧନା କରିବାର ଦିନ । ମା’ଙ୍କ ଆଗାମନ ଅର୍ଥାତ ସରସ୍ବତୀ ପୂଜା ନେଇ ସବୁଠି ଆନନ୍ଦ ଉତ୍ସାହ ।
ସାରସ୍ୱତୀ ପୂଜା ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ବ,ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସାରସ୍ୱତୀ ପୂଜା ପାଳନ କରାଯାଇ ଥାଏ,ସେହି ଭଳି ପ୍ରତିବର୍ଷ ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୪ ନମ୍ବର ୱାର୍ଡର ଅଖଣ୍ଡ ନାଥସାହିରେ ପବିତ୍ର ମା ସରସ୍ବତୀ ପୂଜା ପାଳିତ ହୋଇଯାଇଛି,ଦୀର୍ଘ ୫୦ ବର୍ଷ ଧରି ଏହି ପୂଜା ବଡ଼ ଆଡମ୍ବରରେ ପାଳିତ ହେଉଛି, ଅଖଣ୍ଡ ନାଥସାହିର ଗ୍ରାମବାସୀବୃନ୍ଦ ତଥା ଯୁବ ପିଢିଙ୍କ ସହଯୋଗ ଏବଂ ଚେଷ୍ଟାରେ ଏହି ମା ସରସ୍ବତୀ ପୂଜା ଆକର୍ଷଣୀୟ ସାଜସଜା ହେବ ସହ ମାଙ୍କ ମୂର୍ତ୍ତି ମଧ୍ୟ ବହୁତ ସୁନ୍ଦର ହୋଇଥିଲା,ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠି ଦେଖିବାକୁ ମିଳେ,ଆସନ୍ତୁ ଯୁବ ପିଢ଼ିଙ୍କ ମୁହଁରୁ ଦୁଇପଦ ଶୁଣିବା ସେମାନେ କଣ କହୁଛନ୍ତି l

Leave a Reply

Your email address will not be published. Required fields are marked *

You Missed