ଭୂତକୋଠୀ ପାଲଟିଛି ନରସିଂହପୁର ଜେଏମ୍ଏଫ୍ ସି ଙ୍କ ସରକାରୀ ବାସଭବନ
JMFC QUARTER TURNS INTO HAUNTED HOUSE
ଜରାଜୀର୍ଣ୍ଣ ହୋଇଯାଇଛି ସରକାରୀ ବାସଭବନ, ସ୍ଥିତି ଖୋଜୁଛି ହେଲେ ମିଳୁନାହିଁ। କାହିଁ କେଉଁ ବର୍ଷ ହୋଇଗଲାଣି ଏଭଳି ପରିତ୍ୟକ୍ତ ସ୍ଥିତି ଦେଇ ଗତି କରୁଛି ଏହି ଘରଟି। ଚାରି ଆଡେ଼ ଅନାବନା ଗଛ ଏମିତିକି ଛାତ ଉପରେ ମଧ୍ୟ ଉଠୀଗଲାଣି ଗଛ। ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ହେଡ୍ କ୍ୱାର୍ଟରରେ ଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସରକାରୀ ଘରର।
ମଜାର ବିଷୟ ହେଉଛି ଘର ସିନା ପରିତ୍ୟକ୍ତ ହୋଇ ରହିଛି ହେଲେ ଘରର ଫଳକଟି କିନ୍ତୁ ଚକାଚକ୍ ରହିଛି। ମାଜିଷ୍ଟ୍ରେଟଙ୍କ ପାଇଁ ସରକାରୀ ଘର ଟିଏ ଯେ ଅଛି, ତାହା ଲୋକଙ୍କୁ ଦେଖାଇବା ପାଇଁ ଫଳକଟିକୁ ଖାଲି ମଝିରେ ମଝିରେ ରଙ୍ଗ ଦେଇଦିଆଯାଉଛି ବୋଲି ମନେ ହେଉଛି।
ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରୁଥିବା ମାଜିଷ୍ଟ୍ରେଟଙ୍କୁ ତାଙ୍କରି ସରକାରୀ ଘର ନେଇ କିଏ ଯେ ନ୍ୟାୟ ଦେବ ସେଥିନେଇ ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ଯଦି ତାଙ୍କରି ସରକାରୀ ଘରର ଅବସ୍ଥା ଏହା, ତାହାଲେ ତାଙ୍କୁ ସରକାର କେଉଁଠି ରଖିଛନ୍ତି ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି। ଯଦିଓ ଏହି ଘରଟିକୁ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଛି ତାହାଲେ କାହିଁକି ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏତେ ବଡ ଅଞ୍ଚଳରେ ରହିଥିବା ଏହି ସରକାରୀ ଘରକୁ ପୁନରୁଦ୍ଧାର କାର୍ଯ୍ୟ କରି ଆବଶ୍ୟକ ରକ୍ଷଣାବେକ୍ଷଣ କରିଲେ ନ୍ୟାୟ ଦାତା ଜଣକ ସୁରକ୍ଷିତ ରହିପାରିବେ ଆଉ ସରକାରୀ ସମ୍ପତ୍ତିର ସଠିକ୍ ବ୍ୟବହାର ହୋଇପାରିବ ବୋଲି ଜନମାନସରେ ଆଲୋଚନା ହେଉଛି।