Spread the love

ଭୂରି ଭାଗ ଭାଜନୁ ଭୟହୁ ମୋହି ସମେତ ବଲି ଜାଉଁ ।
ଜୌଂ ତୁହ୍ମରେ ମନ ଛାଡି ଛଲୁ କୀହ୍ନ ରାମ ପଦ ଠାଉଁ ॥

ଭାଵାର୍ଥ :- ମାତା ସୁମିତ୍ରା କହିଲେ, ହେ ମୋର ପୁଅ ! ମୁଁ ରାଣ ପକାଇ କହୁଛି,ମୋ ସହିତ ତୁମେ ମଧ୍ୟ ବହୁତ ବଡ ସୌଭାଗ୍ୟର ଅଧିକାରୀ ହେଲ, ତୁମ ବୁଦ୍ଧି ଯେପରି ଛଳ କପଟ ଆଚରଣ ଛାଡି ଶ୍ରୀରାମଙ୍କ ଶ୍ରୀଚରଣ ରେ ସ୍ଥାନ ପାଇ ପାରିଛ।

ପୁତ୍ରବତୀ ଯୁବତୀ ଜଗ ସୋଇଛି । ରଘୁପତି ଭଗତୁ ଜାସୁ ସୁତୁ ହୋଈ ॥
ତନରୁ ବାଁଝ ଭଲି ବାଦି ବିଆନୀ । ରାମ ବିମୁଖ ସୁତ ତେ ହିତ ଜାନୀ ॥

ଭାଵାର୍ଥ :- ଏହି ସଂସାରରେ ସେହି ଯୁବତୀ ସ୍ତ୍ରୀ ସଫଳ ପୁତ୍ରବତୀ ଅଟେ, ଯାହାର ପୁତ୍ର ଶ୍ରୀରଘୁନାଥଙ୍କ ଭକ୍ତ ଅଟେ । ଅନ୍ୟଥା ଯେଉଁ ମା’ର ପୁଅ ଶ୍ରୀରାମଙ୍କ ଠାରୁ ବିମୁଖ ଯାଏ, ଆଉ ସେଥିରେ ତା’ର କଲ୍ୟାଣ ଚାହେଁ, ତା’ଠାରୁ ତ ବନ୍ଧ୍ୟା ନାରୀ ବହୁତ ଭଲ । ସେ ତ ପଶୁ ସଦୃଶ ସନ୍ତାନ ଜନ୍ମଦେବା ସହିତ ସମାନ ଅର୍ଥାତ୍ ତା’ର ପୁତ୍ରବତୀ ହେବା ସମ୍ପୁର୍ଣ୍ଣ ବ୍ୟର୍ଥ ଅଟେ।

ଆମେ ମନକୁ ଉତ୍ତମ ଚିନ୍ତନ ଏବଂ ଅଭ୍ୟାସ କରିବା ପାଇଁ କିପରି ପ୍ରଶିକ୍ଷିତ କରିବା ଆବଶ୍ୟକ? ଭଗବାନ ଆଜି ପ୍ରେମପୂର୍ଣ୍ଣ ଭାବରେ ଏକ ଅବିସ୍ମରଣୀୟ ଉଦାହରଣ ସହିତ ଆମକୁ ଏହା ବର୍ଣ୍ଣନା କରିଛନ୍ତି।

ମନ ଠିକ୍ ବିଷୟକୁ ଭୁଲ ଭାବରେ ମୂଲ୍ୟାଙ୍କନ କରି ତା ପାଇଁ ଯାହା ଭଲ, ତାକୁ ଦୂରେଇ ଦେବାକୁ ଚେଷ୍ଟା କରୁଥିବା କାରଣରୁ ଦୁର୍ଦ୍ଦଶା ଭୋଗ କରିଥାଏ। ଗୋଟିଏ ଶିଶୁକୁ କଠିନ ଓ ଚୋବେଇ ହେଉଥିବା ଖାଦ୍ୟକୁ ପସନ୍ଦ କରିବା ପାଇଁ ପ୍ରଶିକ୍ଷିତ କରିବାକୁ ପଡିବ, ଯାହା ପ୍ରଥମେ ପ୍ରଥମେ ଗ୍ରହଣ ଯୋଗ୍ୟ ହୋଇ ନ ପାରେ। ଠିକ୍ ସେହିପରି ବିଶାଳ, ସୀମାହୀନ, ଅକଳ୍ପନୀୟ ମହିମା ଯାହା ଭିତରେ କାଳ, ସ୍ଥାନ ଓ କାରଣ ସମାହିତ ତାହାକୁ ଚିତ୍ରଣ କରିବା ପାଇଁ ମନକୁ ପ୍ରଶିକ୍ଷିତ କରିବାକୁ ପଡିବ। ପ୍ରଥମେ ମନକୁ ଭଗବାନଙ୍କ ଏକ ନିର୍ଦ୍ଦିଷ୍ଟ ବା ନିଜସ୍ବ ରୂପ ଗ୍ରହଣ କରିବାକୁ ପଡିବ ଏବଂ ପରେ ନାମହୀନ ଓ ରୂପହୀନ ଭାବରେ ସାର୍ବଜନୀନ କରିବାକୁ ପଡିବ। ସେହି ସର୍ବବ୍ୟାପ୍ତ ଭଗବାନଙ୍କର ସମସ୍ତ ନାମ ଓ ରୂପ ହେଉଛି ମନର ପରିକଳ୍ପନା। ଭଜନ, ଧ୍ୟାନ, ନାମସ୍ମରଣ, ନଗର ସଙ୍କୀର୍ତ୍ତନ ଇତ୍ୟାଦି ସବୁକିଛି ହେଉଛି ସେହି ଶିକ୍ଷାର ବିଭିନ୍ନ ସୋପାନ। ଦିବ୍ୟତ୍ୱ ଭିତରେ ନିମଜ୍ଜିତ ହେବା ଦ୍ବାରା ମିଳୁଥିବା ଆନନ୍ଦ ହେଉଛି ପରିସମାପ୍ତି। ଜଣେ ରୋଗୀ ବ୍ୟକ୍ତିଙ୍କୁ ଔଷଧ ଯେତେ ପିତା ହୋଇଥାଉ ନା କାହିଁକି ରୋଗ ଭଲ ହେବା ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡିଥାଏ। ଜଣେ ବ୍ୟକ୍ତି ଅଜ୍ଞାନ ରୂପୀ ରୋଗରେ ପୀଡିତ ହୋଇ ଅହଙ୍କାର ଓ ଅସନ୍ତୁଷ୍ଟି ପରି ଦୁର୍ଦ୍ଦଶା ଭୋଗ କାରଣରୁ ତାକୁ ନିଶ୍ଚିତ ଭାବରେ ଜପ-ଧ୍ୟାନ ରୂପକ ଔଷଧ ନେବାକୁ ପଡିବ। ସାଂସାରିକ ବିଷୟ ବସ୍ତୁ ଗୁଡିକ ପ୍ରତି ଅତିଶୟ ଆସକ୍ତି କେବଳ ଭଗବାନଙ୍କ ପ୍ରତି ଆସକ୍ତି ଦ୍ଵାରା ଦୂର କରିହେବ ଯାହା ଜପ ଏବଂ ଧ୍ୟାନ ଦ୍ଵାରା ବିକଶିତ ହୋଇଥାଏ।

ଭଗବାନ ତୁମର ସହାୟତା କରିବେ, ତୁମକୁ ରକ୍ଷା କରିବେ ଏବଂ ତୁମ ସହିତ ସଦାବେଳେ ରହିବେ। କେବଳ ତୁମକୁ ନିଜ ଚରିତ୍ର ବିକଶିତ କରିବାକୁ ପଡିବ ଏବଂ ନିଜ ହୃଦୟକୁ ପରିଷ୍କୃତ କରି ଚମକ ଆଣିବାକୁ ପଡିବ ଯାହାଦ୍ବାରା ସେ ହୁଏତ ସେଠାରେ ପ୍ରତିଫଳିତ ହୋଇପାରନ୍ତି।

Related Post

Leave a Reply

Your email address will not be published. Required fields are marked *

You Missed