“ଭାଗବତ ଜନ୍ମ କଥା “
କବି ତାରକା ପ୍ରମୋଦା ମଞ୍ଜରୀ ବଳ
ଶ୍ରୀ ଗୁରୁ ଚରଣେ ଧ୍ୟାନଟି ରଖ
ଧ୍ୟାନେ ଆଣ ପ୍ରଭୁ ଲୀଳା ଚରିତ।।
ଚାରିଗୋଟି ଅକ୍ଷର ର ମିଶ୍ରଣେ
ଭାଗବତ ବୋଲି କଵି ବଖାଣେ।।
ଭା-ଅକ୍ଷରରେ ଭକ୍ତିର ଜାତ
ଗ-ଅକ୍ଷରରେ ଜ୍ଞାନ ଉଦିତ।।
ବ-ଅକ୍ଷରଟି ଯେ ଵ୍ରହ୍ମ ଜ୍ଞାନୀ
ତ-ଅକ୍ଷରର ତତ୍ତ୍ଵ ଵଖାଣି।।
ପୁଣି ଅଟଇ ଯେ ଗୁଢ ରହସ୍ୟ
ଜାଣିଲେ ଜ୍ଞାନ ଉଦୟ ଅଵଶ୍ୟ।।
ଭ-ଭଜିଲେ ହୋଇବୁ ଭଵରୁ ପାରି
ଗ-ଗୋଲକ ଵିହାରୀ ନାମ ସୁମରି।।
ବ-ବ୍ରହ୍ମଘର ପାଠ ଅଟଇ ସେହି
ତ-ତତ୍ତ୍ୱଘର ଵିଦ୍ୟା ଜାଣିଵୁ ତୁହି।
ଭା-ଭାଗବତ କୃଷ୍ଣଚନ୍ଦ୍ର ଚନ୍ଦ୍ରଙ୍କକଥା
ଗ-ଗୀତା ବାଣୀ ଭାଗବତେ ଭଣିତା।
ଵ-ବେଦ ପୁରାଣର କଥା ଟି ଜାଣ
ତ-ତତ୍ତ୍ୱ ପ୍ରକାଶଟ ହୋଇ ବଖାଣ।
ଚାରିଗୋଟି ପୁରାଣର ରହସ୍ୟ
ଭାଗବତ ମଧ୍ୟେ ହୋଇ ପ୍ରକାଶ।।
ଭକ୍ତି ଭାଵ ରସ ଅମୃତ ବାଣୀ
ଜଗନ୍ନାଥ ଦାସ ଗୀତରେ ଭଣି।।
ପୂର୍ଵେ ଭଗବାନ ଚାରିଶ୍ଳୋକରେ
ବଖାଣି ଥିଲେ ଯେ ଵ୍ରହ୍ମାଆଗରେ।।
ଦଶଶ୍ଳୋକ କରି ନାରଦ ଆଗେ
ବ୍ରହ୍ମା ବର୍ଣ୍ଣିଥିଲେ ବଡ ସରାଗେ।।
ଶତଶ୍ଳୋକ କରି ନାରଦ ମୁନି
ବ୍ୟାସଦେବ ଆଗେ ଥିଲେ ବଖାଣି।।
ବ୍ୟାସକବି ଅଷ୍ଟାଦଶ ଶ୍ଳୋକ କରିଲେ
ଜନ ହିତପାଇଁ ପୋଥି ରଚିଲେ ।।
ସପ୍ତଦଶ ପୁରାଣ ରଚନାକରି
ସନ୍ତୁଷ୍ଟ ନୋହିଲା ମନ ତାଙ୍କରି।
ନାରଦେ ପୁଛିଲେ କୁହନ୍ତୁ ଵାରେ
ସମସ୍ତ ପୁରାଣ ରଚନା ପରେ ।
କାହିଁକି ଅଶାନ୍ତି ଆସେ ମନରେ
ଵୋଇଲେ ନାରଦ ଶୁଣନ୍ତୁ ବାରେ।
ଯେତେ ଗୃହଵାର୍ତ୍ତା କଲେ ଵର୍ଣ୍ଣନ
ଵୋଲାଯିଵ ନାହିଁ ତାକୁ ପୁରାଣ।
ପ୍ରଭୁଙ୍କର ଜନ୍ମ ,ଲୀଳା ,ମହିମା
ରଚନା କରନ୍ତୁ ପୁରାଣ ସିନା।
ପ୍ରଭୁଙ୍କ ଶ୍ରୀମୁଖୁ ବ୍ରହ୍ମା ଯେ ଶୁଣି
ଥିଲେ ନାରୀଙ୍କ ଆଗେ ବଖାଣି।
ନାରଦ ନୈନିଷା ଅରଣ୍ୟ ଠାରେ
ବ୍ୟାସଙ୍କର ଆଗେ ବର୍ଣ୍ଣନା କଲେ।
ଅଠରଶ ଶ୍ଳୋକେ ରଚି ପୁରାଣ
ଭାଗବତ ଦେଲେ ଯାହାର ନାମ।
ଆଜିର ଦିନରେ ଆରମ୍ଭ ଶେଷ
ଭାଗବତ ଜନ୍ମ ନାମ ଭବିଷ୍ୟ ।
ଉତ୍କଳର ବ୍ୟାସ ଯେ ଜଗନ୍ନାଥ
ପୁରିଇଲେ ମାତାଙ୍କ ମନୋରଥ।।
ଆଜିର ଦିନରେ ରଚି ପୁରାଣ
ଯୁଗ ଯୁଗ ପାଇଁ ରହିଛି ନାମ।
ଶୁକ ପରୀକ୍ଷିତ ଆଗେ ଵର୍ଣ୍ଣନ
ଭାଦ୍ରଶୁକ୍ଳ ନଵମୀ ତିଥି ଜାଣ।
ଆଜିର ଦିନରେ ସମାପ୍ତ କଲେ
ଭବୁ ପରୀକ୍ଷିତ ମୁକ୍ତ ହୋଇଲେ।
ଭାଗବତ ଅଟେ ଅମୀୟ ବାଣୀ
କର୍ଣ୍ଣଦ୍ୱାରେ ପିଅ ହିତଟି ମଣି।।
ବୈକୁଣ୍ଠନାଥ ଙ୍କ ପାଇଵ ଭେଟ
ନଥିବ ହେ ଆଉ ଭଵଶଙ୍କଟ ।।
ଘୋର କଳିକାଳ ହୋଇ ପ୍ରଵେଶ
ଧର୍ମ କର୍ମ ସର୍ଵ କରୁଛି ନାଶ।।
ଭାଗବତ ବାଣୀ ସଂସାରେ ଭେଳା
ଅଦୃଶ୍ୟ ରେ ପ୍ରଭୁ କରନ୍ତି ଖେଳା।।
ମୁକତି ଦାତା ରେ ଅଦୃଶ୍ୟେ ରହି
ପାରି ହେବାପାଇଁ ପଥ ବତାଇ
ଭାଗବତ ଅଟେ ସୁଗମ ପଥ
ସୁଜନେ କର ଭାଗବତ ପାଠ ।।
ନଳୀପୁର, ବାଲିଚନ୍ଦ୍ରପୁର, ଯାଜପୁର। ।