Spread the love

ପୁତ୍ରଦା ଏକାଦଶୀ (ବୈକୁଣ୍ଠ ଏକାଦଶୀ)

ପ୍ରତିବର୍ଷ ପୌଷ ମାସର ଶୁକ୍ଳପକ୍ଷ ଏକାଦଶୀରେ ପଡ଼େ ପୁତ୍ରଦା ଏକାଦାଶୀ । ଏହି ଦିନ ପ୍ରଭୁ ଶ୍ରୀହରିଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ ରହିଛି ପୁତ୍ରଦା ଏକାଦାଶୀରେ ସନ୍ତାନ ପ୍ରାପ୍ତି ଓ ସେମାନଙ୍କ ସମସ୍ୟାର ସମାଧାନ କିମ୍ବା କଲ୍ୟାଣ ପାଇଁ ମହିଳାମାନେ ପାଳନ କରିଥାନ୍ତି । ଜ୍ୟୋତିଷଙ୍କ ଅନୁଯାୟୀ, ପୁତ୍ରଦା ଏକାଦାଶୀ ରୀତିନୀତି ସହିତ ପୂଜା କଲେ ଘରେ ଧନଧାନ୍ୟର ବର୍ଷା ହୋଇଥାଏ। ପୁତ୍ରଦା ଏକାଦଶୀ କୁ ଉଭୟ ନିର୍ଜଳ ତଥା ଫଳଖାଇ ରଖାଯାଇପାରିବ ।

🌹 ପୌରାଣିକ ମତ 🌹


ପ୍ରାଚୀନ କାଳର କଥା। ମାହିଷ୍ମତୀପୁର ନାମକ ରାଜ୍ୟରେ ମହୀଜିତ୍ ନାମରେ ଜଣେ ରାଜା ରାଜୁତି କରୁଥିଲେ। ସେ ଯେପରି ଧାର୍ମିକ ସେହିପରି ପ୍ରଜାବତ୍ସଳ। ତେଣୁ ରାଜ୍ୟରେ ସର୍ବତ୍ର ସୁଖ, ଶାନ୍ତି ବିରାଜମାନ କରୁଥିଲା। କିନ୍ତୁ ସ୍ୱୟଂ ରାଜା ଅତ୍ୟନ୍ତ ଦୁଃଖିତ ଥିଲେ। କାରଣ ସେ ଥିଲେ ନିଃସନ୍ତାନ।

ଦିନେ ରାଜା ତାଙ୍କ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ବ୍ୟକ୍ତ କଲେ। ପ୍ରଜାମାନେ ରାଜାଙ୍କୁ ଅତ୍ୟନ୍ତ ଭଲପାଉଥିଲେ। ତେଣୁ ରାଜାଙ୍କ ଦୁଃଖ ଦୂର କରିବା ନିମିତ୍ତ ବ୍ରାହ୍ମଣମାନଙ୍କ ନେତୃତ୍ୱରେ ସେମାନେ ଅରଣ୍ୟକୁ ଯାଇ ତପସ୍ୟା କରିବାକୁ ସ୍ଥିର କଲେ। ଅରଣ୍ୟ ମଧ୍ୟରେ ଯାଉଯାଉ ସେମାନେ ଲୋମଶ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମଶ ମୁନି ଥିଲେ ତ୍ରିକାଳଦର୍ଶୀ, ଜ୍ଞାନୀ ଓ ଶ୍ରେଷ୍ଠଦୀର୍ଘାୟୁ ମହାତ୍ମା। କଥିତ ଅଛି ଯେ ପ୍ରତ୍ୟେକ କଳ୍ପର ଅନ୍ତରରେ ତାଙ୍କ ଶରୀରରୁ ଏକ ଲୋମ ଝଡ଼ିଥାଏ। ସେଥିପାଇଁ ତାଙ୍କ ନାଆଁ ଲୋମଶ।

ଏତେ ଲୋକଙ୍କୁ ବନଭୂମିରେ ଏକତ୍ର ଦେଖି ଲୋମଶ ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ଜାଣି ତାଙ୍କୁ ଆଶ୍ୱାସନା ଦେଲେ। ଋଷି ସେମାନଙ୍କୁ କହିଲେ- ମହାରାଜ ମହୀଜିତ୍‌ ପୂର୍ବଜନ୍ମରେ ଜଣେ ବୈଶ୍ୟ ଥିଲେ। ଗ୍ରାମ ଗ୍ରାମ ବୁଲି ସେ ବ୍ୟାପାର କରୁଥିଲେ। ଖରାଦିନ ଥିଲା। ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା। ଏକ ଜଳାଶୟ ଦେଖି ସେ ସେଠାକୁ ପାଣି ପିଇବାକୁ ଗଲେ। ସେହି ସମୟରେ ଶୋଷରେ ଆତୁର ହୋଇ ଗାଈଟିଏ ସେହି ପୋଖରି ତୁଠରେ ତା ବାଛୁରୀକୁ ପାଣି ପିଆଉଥିଲା। ବୈଶ୍ୟ ନିଜେ ପାଣି ପିଇବାପାଇଁ ଗାଈବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ। ସେହି ପାପ ଫଳରେ ଏ ଜନ୍ମରେ ସେ ଧାର୍ମିକ ହେଲେ ମଧ୍ୟ ଅପୁତ୍ରକ ହୋଇଛନ୍ତି।

ରାଜା କିପରି ସନ୍ତାନ ଲାଭ କରିବେ ଏବଂ ତାଙ୍କର ଦୁଃଖ ଦୂର ହେବ, ପ୍ରଜାମାନେ ଆତୁର ହୋଇ ସେକଥା ଲୋମଶଙ୍କୁ ପଚାରିବାରୁ, ସେ କହିଲେ, “ତୁମେମାନେ ଯଦି ରାଜାଙ୍କର ଦୁଃଖ ଦୂର କରିବାକୁ ଚାହଁ, ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହିତ ପାଳନ କର। ତୁମ ରାଜାଙ୍କର ସନ୍ତାନ ଲାଭ ହେବ।” ଲୋମଶ ମୁନିଙ୍କ କଥା ଅନୁସାରେ, ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କରି, ତାର ପୁଣ୍ୟ ରାଜାଙ୍କୁ ସମର୍ପଣ କରିବାରୁ ରାଜାଙ୍କର ପୁତ୍ର ଲାଭ ହେଲା।

🌹ପୁତ୍ରଦା ଏକାଦଶୀ ପୂଜାବିଧି 🌹


ଏହି ଏକାଦଶୀର ବ୍ରତ ସ୍ୱତନ୍ତ୍ର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ। ତାଙ୍କୁ ହଳଦିଆ ଫୁଲ ସହିତ ଫଳ, ତୁଳସୀ ଓ ପଞ୍ଚାମୃତ ଅର୍ପଣ କରି ଗୋପାଳ ମନ୍ତ୍ରରେ ପୂଜନ କରାଯାଏ। ଏହିଦିନ ପତି ଓ ପତ୍ନୀ ଉପବାସ କରି ବାଳଗୋପାଳଙ୍କୁ ପଞ୍ଚାମୃତ ଭୋଗ ଲଗାଇଲେ ଶୁଭ ଫଳ ମିଳେ।

ଯେଉଁ ଲୋକ ପୁତ୍ରଦା ଏକାଦଶୀର ବ୍ରତ କରୁଛନ୍ତି, ସେମାନଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ସେହି ବ୍ରତର ଏକ ଦିନ ପୂର୍ବରୁ ଅର୍ଥାତ ଦଶମୀ ତିଥିର ରାତିରେ ହିଁ ବ୍ରତର ନିୟମର ପୂର୍ଣ୍ଣ ପାଳନ କରନ୍ତୁ। ଦଶମୀ ଦିନ ସନ୍ଧ୍ୟା କୁସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ କରନ୍ତୁ ନାହିଁ ଏବଂ ରାତି ସମୟରେ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରି ଶୁଅନ୍ତୁ।
ଏକାଦଶୀ ବ୍ରତ ଦିନ ଆପଣ ସକାଳ ସମୟରେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ, ଏହାପରେ ନିଜର ନିତ୍ୟକର୍ମ ସବୁ ସାରନ୍ତୁ ଏବଂ ସ୍ନାନ କରି ନିଅନ୍ତୁ। ଯଦି ଆପଣଙ୍କ ପାଖରେ ଗଙ୍ଗାଜଳ ରହିଛି ତାହେଲେ ଏହାପରେ ଶୁଦ୍ଧ ଏବଂ ସଫା କପଡା ପରିଧାନ କରିବା ଉଚିତ।
ଏହାପରେ ଆପଣଙ୍କୁ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଧ୍ୟାନ କରିବା ଆବଶ୍ୟକ।

ଏହାପରେ ଆପଣଙ୍କୁ ଶ୍ରୀ ହରି ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ଦୀପ ପ୍ରଜ୍ବଳନ କରି ସଂକଳ୍ପ ନେବା ଉଚିତ। ଏହାପରେ ଆପଣ କଳସ ର ସ୍ଥାପନା କରନ୍ତୁ।ଆପଣ କଳସକୁ ଲାଲ ରଙ୍ଗରେ ବାନ୍ଧି ପୂଜା କରିବା ଉଚିତ।

ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ପ୍ରତିମା ରଖି ଏହାକୁ ସ୍ନାନାଦିରେ ଶୁଦ୍ଧ କରି ନୂଆ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଆପଣଙ୍କୁ ଧୂପ ଦୀପ ଆଦି ଦ୍ଵାରା ବିଧି ବିଧାନ ପୂର୍ବକ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରି ଆଳତୀ କରନ୍ତୁ।

ଭଗବାନ ଶ୍ରୀ ବିଷ୍ଣୁଙ୍କ ପୂଜା ସମୟରେ ନୈବେଦ୍ୟ ଏବଂ ଫଳର ଭୋଗ ଲଗାନ୍ତୁ ଏବଂ ପ୍ରସାଦ ବଣ୍ଟନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଫଳ,ଫୁଲ, ପାନ , ସୂପାରି , ନଡ଼ିଆ ଆଦି ବଣ୍ଟନ କରନ୍ତୁ।
ଏକାଦଶୀ ଦିନ ରାତିରେ ଭଗବାନଙ୍କ ଭଜନ କୀର୍ତ୍ତନ କରନ୍ତୁ। ବ୍ରତ ଦିନ ଆପଣ ସମ୍ପୂର୍ଣ୍ଣ ଖାଦ୍ୟ ସେବନ ନକରି ସନ୍ଧ୍ୟା ସମୟରେ କଥା ଶୁଣିବା ପରେ ଫଳ ଗ୍ରହଣ କରନ୍ତୁ।

ବ୍ରତର ଦିତୀୟ ଦିନ ଆପଣ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ ଏବଂ ଭୋଜନ କରାଇବା ପରେ ଦାନ ଦକ୍ଷିଣା ଦିଅନ୍ତୁ। ପୁତ୍ରଦା ଏକାଦଶୀ ତିଥିରେ ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରି ବିଷ୍ଣୁ କିମ୍ବା କୃଷ୍ଣଙ୍କର ଉପାସନା କରିବା ଉଚିତ୍‌ ।ହଲଦିଆ ରଙ୍ଗର ଫୁଲ ଓ ଫଳ ତୁଳସୀ ଜଟା ଏବଂ ପଞ୍ଚାମୃତ ଅର୍ପଣ କରିବେ ।ଏହାପରେ ସନ୍ତାନ ଗୋପାଳ ମନ୍ତ୍ର ଜପ କରିବେ ।ପତି ପତ୍ନୀ ଏକାଠି ମନ୍ତ୍ର ଜପ କରିବେ ।

ଏକ ଶହ ଆଠ ଥର ଓଁ କ୍ଲିଂ କୃଷ୍ଣାୟ ନମଃ ଜପ କରନ୍ତୁ ।
ଏକାଦଶୀ ଦିନ ଦୀପ ଦାନ କରିବାର ବହୁତ ମହତ୍ୱ ରହିଛି।
ଏଭଳି କୁହାଯାଏ କି ଏହି ବ୍ରତର ପୁଣ୍ୟରେ ମନୁଷ୍ୟ ତପସ୍ୱୀ , ବିଦ୍ୱାନ ହୋଇଥାଏ ଏବଂ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଖାଲି ଏହା ନୁହେଁ ଧନ ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହୋଇଥାଏ।

ଭଗବତକଥା
ଓଁ ନମୋ ଭଗବତେ ବାସୁଦେବାୟ

Related Post

Leave a Reply

Your email address will not be published. Required fields are marked *

You Missed