ବାୟୁ ଅଟଇ ମୋ ଗୁରୁ
ଅବଧୂତ ବା ଦତ୍ତାତ୍ରେୟ ମୁନିଙ୍କର ଚବିଶ ଗୁରୁ
ରୂପ ବିହୀନ ବାୟୁ ଅଟଇ ଏକ ଗୁରୁ ସେ ଭିତରୁ
ନଥାଏ କେବେ କୌଣସି ନିଜସ୍ୱ ଗନ୍ଧ ଜାଣ ବାୟୁର
ସୁଗନ୍ଧିତ ହୁଏ ଗତି କଲା ବେଳେ ସୁଗନ୍ଧ ଭିତର
ଯେତେବେଳେ ଦୁର୍ଗନ୍ଧ ଦେଇ ବାୟୁ ଗତି କରି ତ ଥାଏ
ଆମକୁ ତାହା ଦୁର୍ଗନ୍ଧିତ ପରି ପ୍ରତୀତ ହୋଇଥାଏ
ଦୁର୍ଗନ୍ଧତା ବା ସୁଗନ୍ଧତା କିଛି ସମୟ ଗଲା ପରେ ନଥାଏ ତା ନିଜର ବିଶୁଦ୍ଧ ରୂପକୁ ପ୍ରକଟ କରେ
ବାୟୁଠାରୁ ଯେଉଁ ଅନାସକ୍ତି ସ୍ୱରୂପ ଶିକ୍ଷା ମିଳଇ
ସେ ଶିକ୍ଷାରୁ ସାଧକ ସଂସାରରେ ଅନାସକ୍ତ ରହଇ
ସାଧକ ସଂସାରେ ରହି ଶିକ୍ଷା ପାଇଥାଏ ବାୟୁଠାରୁ
ନିଜକୁ ମୁକ୍ତ କରିବା ସଂସାରର ମାୟା ଓ ମୋହ ରୁ
ସମସ୍ତ ସୁଖ ଓ ଦୁଃଖ ଦୁର୍ଦ୍ଦଶାକୁ କରି ତାର ନିଜର
ସାଧକ ରହି ପାରି ଥାଏ ତ ନିର୍ମଳ ବିମଳ ସ୍ୱରୂପର
ଚିତ୍ତ ରଂଜନ ନନ୍ଦ
ଜଗତପୁର, କଟକ