Spread the love

ସତ୍ୟବାଦୀ ରେ ବିଶ୍ୱ ମହିଳା ଦିବସ ପାଳିତ |

ଭୁବନେଶ୍ୱର :(ଦର୍ଶନ ସମୀକ୍ଷା) ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ସତ୍ୟବାଦୀ ମଣ୍ଡପ ରେ ସାଧନା ଫାଉଣ୍ଡେସନ ଭୁବନେଶ୍ୱର ଓ ଓଡିଶା ସ୍ବର୍ଣ୍ଣରୌପ୍ୟ ମହାସଂଘ ତରଫରୁ ଏହି ଦିବସ କୁ ପାଳନ କରାଯାଇଛି |ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ର ବିଭିର୍ଣ୍ଣ ପଞ୍ଚାୟତ ରୁ ପ୍ରାୟ ଶତାଧିକ ମହିଳା ଯୋଗ ଦେଇ ନିଜର ହସ୍ତଶିଳ୍ପ କଳା, ଯଥା ଚାନ୍ଦୁଆ, କତା ରେ ନିର୍ମିତ କଣ୍ଢେଇ, ଘର ସଜାଇବା ସାମଗ୍ରୀ ଆଦି ଷ୍ଟାଲ ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ, ଏହି ଅବସରରେ ଏକ ସଭା ର ଆୟୋଜନ କରାଯାଇ ଅତିଥି ମାନଙ୍କ ଦ୍ୱାରା ମହିଳା ମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଆଦି ସମ୍ବଧୀୟ ପ୍ରଶିକ୍ଷିଣ ଦିଆ ଯାଇଥିଲା, ମହିଳା ମାନେ ନିଜକୁ ଅସହାୟ ମନେ ନକରି ନିଜେ କିପରି ରୋଜଗାର କ୍ଷମ ହୋଇ ପାରିବେ ଏନେଇ ମନ୍ତବ୍ୟ ରଖିଥିଲେ ସାଧନା ଫାଉଣ୍ଡେସନ ର ସମ୍ପାଦିକା ସୁଜାତା ରାଣୀ ପଣ୍ଡା, ଅନ୍ୟ ମାନଙ୍କ ମଧ୍ୟରେ ରହିଥିଲେ ଆପୋଲୋ ହସ୍ପିଟାଲ ର ମହିଳା ଡାକ୍ତର ସ୍ମୃତିରେଖା ମହାନ୍ତି,ଡାକ୍ତର ସୁଚିତ୍ରା, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ସମାଜସେବୀ ସବିତା ପଣ୍ଡା,ପୂର୍ବ ତନ ବ୍ଲକ ଅଧକ୍ଷା ସସ୍ମିତା ପ୍ରଧାନ,ବିଜୟଲକ୍ଷ୍ମୀ ପ୍ରଧାନ ଇଣ୍ଡିଆନ ଓବରସିସ ବ୍ୟାଙ୍କ ଲୀଳାବତୀ ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସାଧନା ଫାଉଣ୍ଡେସନ ତରଫରୁ ବିଭିର୍ଣ୍ଣ ସ୍ୱାବଲମ୍ଭୀ ମହିଳା ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା|

Related Post

Leave a Reply

Your email address will not be published. Required fields are marked *

You Missed