Spread the love

-କବି ର କର୍ତ୍ତବ୍ଯ ପାରଦ କୁମାର ପାଢୀ,

ସେବା ନିବୃତ ଶିକ୍ଷକ ,7873322424 ।

          ବିଶାଳ ଜଗତ ଅନେକ ପ୍ରକାର ଜୀବ ଉପକାରୀ , ଅପକାରୀ ; କମନୀୟ ,କଦାକାର ; ଶ୍ରାବ୍ୟ ଦୃଷ୍ଟିରୁ ମଧୁର ,

ଶ୍ରୁତି କଟୁ ,ଭୟଙ୍କର ,ବିକଟାଳ ; ଦରକାରୀ ,ଅଦରକାରୀ ;
ବୃହତ୍ ,କ୍ଷୃଦ୍ର ,ଆଣବିକ ପଦାର୍ଥ ;ନସ୍ୟ ଗ୍ରହଣପାଇଁ ଚିତ୍ତହର୍ଷକ, ଅହିତକର କଟୁ ଗନ୍ଧଯୁକ୍ତ ସ୍ପର୍ଶ ସହିଷ୍ଣୁତାର ଅସହିଷ୍ଣୁ ହଜାର ହଜାର କିସମ ର ଜୀବ ଓ ନିର୍ଜୀବ ପଦାର୍ଥ ମାନଙ୍କ ବିଚିତ୍ର ସମାବେଶକୁ ନେଇ କରିତ୍ କର୍ମା ସ୍ରଷ୍ଟା ନିର୍ମାଣ କରିଛନ୍ତି । ଏ
ପଦାର୍ଥ ମାନଙ୍କୁ ଜାଗ୍ରତ ଅବସ୍ଥାରେ ପ୍ତତିକ୍ଷଣ ସବୁ ଜୀବଗଣ
ଶୁଂଘିବା ,ଦେଖିବା , ଶୁଣିବା ,ଛୁଇଁବା ,ଚାଖିବା ପରି କର୍ମ ତାଙ୍କ
ଶରୀର ସହ ସଂଶ୍ଳିଷ୍ସ ପଞ୍ଚ ଇନ୍ଦ୍ରିୟ ସାହାଯ୍ଯରେ ସାଧନ କରି
ସମସ୍ତଙ୍କ ଧର୍ମ, ବର୍ଣ୍ଣ ,ଗୁଣ ,ଗନ୍ଧ ,ଆଦି ବିଭିନ୍ନ ଭାବକୁ ଅନୁଭବ
କରନ୍ତି । ତେବେ ମଣିଷଙ୍କୁ ବାଦ୍ ଦେଲେ ଅନ୍ଯ ଜୀବ ମାନଙ୍କର
ବୋଧ ଶକ୍ତି ପୃଥକ୍ ପୃଥକ୍ ହେତୁ ତଥା ତାଙ୍କର ପ୍ରକାଶ କରିବା ଶୈଳି ଆମ ପାଇଁ ଅବୋଧ୍ଯ ଜଣାଯାଏ । ମଣିଷ ମାନଙ୍କର ଭାବ
ପ୍ରକାଶନ ଶକ୍ତି ବିଚାର କଲେ ଅତୀବ ସ୍ବତନ୍ତ୍ର ତଥା ବୋଧ୍ଯ ଦୃଷ୍ଟିରୁ
ଚିତ୍ତସ୍ପର୍ଶକ ମନେହୁଏ । ଆମମାନଙ୍କର ମାନସିକତା ଓ ଅନୁଭୂତି ଉପସ୍ଥାପନ ନିମନ୍ତେ ଗୋଷ୍ଠି ବିଶେଷରେ ଅଲଗା ଅଲଗା ଭାଷା ଗୃହୀତ ଓ ପ୍ରବର୍ତ୍ତିତ । ହେଲେ ଆମ ସମାଜରେ ଯେଉଁମାନେ ପାର୍ଥିବ ପଦାର୍ଥ ର ଗୁଣ ଧର୍ମ ଆଦିକୁ ଅନ୍ବେଷଣୀ ମନୋବୃତ୍ତି ନେଇ ମନନ, ଚିନ୍ତନ ତଥା ବୋଧନ କରନ୍ତି, ସେମାନେ ଜଣେ ଜଣେ ପୋଖତ ନ ହେଲେ ମଧ୍ଯ ସାଧାରଣ ଦାର୍ଶନିକ ଆଖ୍ଯା ରେ ଭୂଷିତ ହେବାର ପ୍ରାସଙ୍ଗିକତା ଅଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଧେ ।
ଏ ଗୋଷ୍ଠିର ମଣିଷ ମାନଙ୍କୁ ଆମେ କେତେକ ଭାଗରେ ବିଭକ୍ତ କରିପାରିବା ଯଥା :ଗାଳ୍ପିକ , ପ୍ରାବନ୍ଧିକ ,କବି , ନାଟ୍ଯକାର ,ଔପନ୍ୟାସିକ ,ସ୍ତମ୍ଭକାର ,ଅନୁଚିନ୍ତା ଲେଖକ, ନିବନ୍ଧବା ଗବେଷଣାତ୍ମକ ପ୍ରବନ୍ଧ ଲେଖକ ଆଦି । ଯଦିଓ ଏମାନଙ୍କର ଭାବ ଉପସ୍ଥାପନା ଶୈଳି ଅଲଗା ଅଲଗା, ତେବେ ଯାହାର ତାର ସ୍ବାତନ୍ତ୍ର୍ଯ ରହୁଥିବା ଅନୁଭୂତ । ଏମାନଙ୍କ ମଧ୍ଯରୁ କବି ମାନଙ୍କର ସମାଜରେ ସ୍ଥାନ ସ୍ବତନ୍ତ୍ର ଜଣାଯାଏ ।
ବହୁ ଆଦିମ କାଳରୁ କବିତା ଲେଖୁଥିବା ନିପୁଣ ବ୍ଯକ୍ତି ମାନଙ୍କ ର ସମାଜରେ ଚାହିଦା ଯଥେଷ୍ଟ ଅଧିକ ରହିଆସିଛି। କାରଣ, ଏପ୍ରକାର ସୃଷ୍ଟି ମଣିଷର ମାନସିକ ଭାରସାମ୍ଯ ହରାଇବା ପରି ଅବସ୍ଥାରେ ଅର୍ଥାତ୍ ଯେତେବେଳେ
ସେ ବିଷାଦଗ୍ରସ୍ତ , ରୋଗ ଗ୍ରସ୍ତ ହୋଇପଡେ, ସେତେବେଳେ
ବ୍ଯଙ୍ଗରେ କବିତ କିମ୍ବା ପ୍ରେମ ରସାତ୍ମକ କିମ୍ବା ପ୍ରାକୃତିକ
ସୌନ୍ଦର୍ଯ୍ଯ ବର୍ଣ୍ଣନାତ୍ମକ କବିତା ପଠନପ୍ରିୟ ନିୟୋଜିତ ରହିବ,
ତେବେ ମଣିଷର ସମସ୍ତ ବିଷାଦ ବଳେ ବଳେ ଦୂର ହୋଇ
ମାନସିକ ଶାନ୍ତି ଆସିଯାଉଥାଏ । ଏଣୁ ଯୁଗ ଯୁଗ ଧରି କବିତା ରଚନାକାରୀ ମାନେ ସ୍ବାଗତଯୋଗ୍ଯ ଓ ପ୍ରଣମ୍ୟ ।
କବିତା ମୋର ଜ୍ଞାନ ଯେତେଦୂର ଅତିକ୍ରମ କରିଛି, ସାତ ପ୍ରକାର ର ହୋଇଥାଏ , ଯଥା ଭଜନ, ଜଣାଣ, ଛାନ୍ଦ, ଚଉପଦି, ଗୀତ, ପୁରାଣ ,ଦୋହା । ଆହୁରି କେତେ ପ୍ରକାରର କବିତା ମଧ୍ଯ ଥାଇପାରେ । ତେବେ ସେ ଯାହା ହେଉ, କବିତା ଲିଖନ ବେଳେ କବି ବିଶେଷ ଦୃଷ୍ଟି ଦେବାକୁ ପଡିବକି, ତାଙ୍କ ରଚନା ରେ ସେତେଟା ଅବୋଧ୍ଯ ଶବ୍ଦ ସଂଯୋଜିତ ହେବା ଠିକ୍ ନୁହେଁ। ପାଠକ କବିତାଟିକୁ ପଢି ଅନ୍ତର୍ନିହିତ ଭାବ ବୁଝି ନପାରିଲେ ସେ ପ୍ରାଞ୍ଜଳ ଭାବେ ବୁଝିବାକୁ ଅନ୍ଯର ସାହାଯ୍ଯ ନେବାକୁ ପସନ୍ଦ ନ କରିପାରେ । କବିତା ମଧ୍ଯରେ ଶବ୍ଦ ମାନଙ୍କୁ ଆଳଙ୍କାରିକ ରୀତିରେ, ପ୍ରତୀକଧର୍ମି ଶବ୍ଦ ସଂଯୋଜିତ ତଥା କଳ୍ପନା ବିଳାସୀ ହେଲେ ପାଠକ ସେଥିରୁ ମଜା ମଉଜ ଅନୁଭବ କରିପାରିବ । କବିତା ସାଧାରଣ ଭାବେ କହିବାକୁ ଗଲେ ମନୋରଞ୍ଜକ ହୋଇ ପାଠକର ଅନୁସନ୍ଦିତ୍ସା ଶେଷ ପର୍ଯ୍ଯନ୍ତ ବଞ୍ଚି ରହିବ । ଫଳରେ କବିଙ୍କ ଲେଖା ର ମୂଲ୍ଯ ମଧ୍ଯ ଳଢି ପାରିବ ଓ ବର୍ଷ ବର୍ଷ ଧରି ବଞ୍ଚି ରହିବ । କବିତା ରେ ଗୋଟିଏ ଧାଡିରେ ବ୍ଯବହୃତ ଶବ୍ଦ ର ଅନ୍ତିମ ଅକ୍ଷର ବା ଉଚ୍ଚାରଣ ଦ୍ବିତୀୟ ଧାଡିର ଅନ୍ତିମ ଅକ୍ଷର ବା ଉଚ୍ଚାରଣ ଏକାପ୍ରକାର ହେବା ଆବଶ୍ଯକ । ଯେତେଟା ବିଷୟ ବସ୍ତୁକୁ ନେଇ କବିତା ଲେଖୁଥାନ୍ତୁ ନା କାହିଁକି, କବି ତାଙ୍କ ଲେଖା ଶେଷରେ ସମାଜରେ ପ୍ରଚଳିତ ଭ୍ରମାତ୍ମକ ରୀତି ନୀତି କୁ ନ୍ଯାୟ ସଙ୍ଘତ ମାର୍ଗରେ ମାର୍ଜିତ ଓ ପରିବର୍ତ୍ତିତ ହେବା ନିମନ୍ତେ ଅତିକମ୍ ପକ୍ଷେ ଗୋଟିଏ ବା ଦୁଇଟି ରୁଚିକର ବାର୍ତ୍ତା ପାଠକ ମାନଙ୍କ ଆଦର ଓ ଗ୍ରହଣ ପାଇଁ କବିତା ସହ ରଞ୍ଜିତ ହେବା ଆବଶ୍ଯକ ।
କବିଙ୍କ ଲେଖା ଅଧିକ ଆକର୍ଷଣୀୟ ହେବା ଲାଗି
ପ୍ରାକୃତିକ ସୌନ୍ଦର୍ଯ୍ଯ, ଦାମ୍ପତ୍ଯ ଜୀବନରେ ଶୃଙ୍ଖଳା , ପ୍ରାକୃତିକ ବିତ୍ପାତ ତଥା କରୁଣ ପରିଣତିର ଚିତ୍ର , ସାମାଜିକ କଳଙ୍କ ର ଚିତ୍ର , ପାରିବାରିକ ସୁଖ ଦୁଃଖ ର ଚିତ୍ର , ଛାତ୍ର ଜୀବନ ରେ
ମନନଶୀଳ ଅଧ୍ଯବସାୟର ଗୁରୁତ୍ବ , ରାଜ୍ଯ ର ପ୍ରଗତି କ୍ଷେତ୍ରରେ
ନାଗରିକ ଓ ଶାସକ ବର୍ଗଙ୍କ କର୍ତ୍ତବ୍ଯ , ସହରୀ ଓ ଗ୍ରାମ୍ଯ ପରିବେଶ ସୁରକ୍ଷା ଦିଗରେ ଜନ ସାଧାରଣ ଙ୍କ ଭୂମିକା ନିର୍ବାହ ର
ଗୁରୁତ୍ବ, ମାର୍ଜିତ ଦୈନନ୍ଦିନ ଜୀବନ ନିର୍ବାହ ଶୈଳୀର ଗୁରୁତ୍ବ ,
ପ୍ରଭୃତି ଦିଗଉପରେ ପର୍ଯ୍ୟବସିତ ହେଲେ ବୁଦ୍ଧିଜୀବୀ ସ୍ତର ଓ
ବୟସ୍କ ସ୍ତରର ଲୋକସାଧାରଣ ପଢିବା ଓ ବୁଝିବାରେ ନିଶ୍ଚେ ଆଗ୍ରହୀ ହେବେ ଫଳରେ କବିଙ୍କ ଲେଖା ଉଚ୍ଚ ମାନର ଭାବେ ମୂଲ୍ଯାୟିତ ହୋଇପାରିବ ବୋଲି ମୋର ବିଶ୍ବାସ ।
କବିଙ୍କ ଲେଖା ଭାଷା ତଥା ଲିପି ସମ୍ପର୍କୀୟ ଭ୍ରମରୁ ମୁକ୍ତ ହେବା ଆବଶ୍ଯକ । ଲେଖା ରେ ନିର୍ମଳ ଓ ସୁନ୍ଦର ହସ୍ତାକ୍ଷର ଉପସ୍ଥାପିତ ହେବା ସର୍ବାଦୌ ଗୁରୁତ୍ବପୂର୍ଣ୍ଣ । ଲେଖାରେ କୌଣସି

ଅସଙ୍ଗତି ,ଅସମ୍ଭାବ୍ଯତା ମଧ୍ଯ ରହିବା ଠିକ୍ ନୁହେଁ । ଲେଖାଟିଏ ଶେଷ ହେଲାପରେ କବି ପାଠକ ମାନଙ୍କ ଦ୍ବାରା ପଠିତ ହେବାକୁ ଛାଡିଦେବା ଦରକାର । ଯଦି ଆର୍ଥିକ ଡୁରବସ୍ଥା ନ ଥାଏ, ତେବେ ଲେଖା ଗୁଡିକୁ ଛାପାଖାନା ରେ ବହି ଆକାର ରେ ପ୍ରସ୍ତୁତ କରି ପାଠକ ପାଠିକା ଙ୍କ ନିକଟରେ ପହଞ୍ଚାଇଲେ ପାଠକ ସ୍ତରରେ ବ୍ଯବହୃତ ହେବା ସମ୍ଭବ ହେବ । ————– ସମାପ୍ତ ।

Related Post

Leave a Reply

Your email address will not be published. Required fields are marked *