ବ୍ରହ୍ମପୁର 23,ଜାନୁଆରୀ ବ୍ରିଟିଶ ସରକାର ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ ଶହୀଦ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଆମ୍ ଆଦ୍ମୀ ପାର୍ଟି ତରଫରୁ ପୁଷ୍ପ ମାଲ୍ୟାର୍ପଣ କରି ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l

ଏହି ଅବସରରେ ଦେଶରେ ଗଣତନ୍ତ୍ରର ଅବକ୍ଷୟ ସମୟରେ ଜନସାଧାରଣ ଏକାଠି ହେବାପାଇଁ ଗଞ୍ଜାମ ଜିଲ୍ଲା ପାର୍ଟି ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଆହ୍ୱାନ ଦେଇଥିଲେ l
କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସୁବାଷ ରାଉତ, ଲିଗାଲ ସେଲ ସଭାପତି କୈଳାଶ ସେଠୀ, ରମେଶ ବେହେରା, ଅଭିମନ୍ୟୁ ଦଳାଇ, ନିଭାସ୍ମିତା ପ୍ରଧାନ, ସମୀର ପାଢ଼ୀ, ମନୀଷା ଜେନା,ସୁନୀଲ ଆଚାର୍ଯ୍ୟ, ସତ୍ୟପ୍ରକାଶ ସେଠୀ,ସୁଦର୍ଶନ ମଲ୍ଲିକ,ନିରଞ୍ଜନ ପାତ୍ର, ଡ଼ି. ସନ୍ତୋଷ ପ୍ରମୁଖ ଅଂଶ ଗ୍ରହଣ କରି ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ l