Spread the love

ଆସାମରେ ହେବ ସର୍ବଭାରତୀୟ ବହୁଭାଷୀ କବି ସମ୍ମିଳନୀ । ଓଡିଶାରୁ ଅତିଥି ଭାବେ ଯୋଗଦେଉଛନ୍ତି ଦୁଇଜଣ କବି।

ବ୍ରହ୍ମପୁର–ଆସାମ ଲେଖକ ସଂଘ ତରଫରୁ ନିମନ୍ତ୍ରିତ ହୋଇ ଶିବସାଗର ଜିଲ୍ଳାରେ ଚଳିତ ଡିସେମ୍ବର ମାସ 28,29,30 ରେ ଆୟୋଜିତ ହେଉଥିବା ତିନିଦିନିଆ ସର୍ବଭାରତୀୟ ବହୁଭାଷୀ କବି ସମ୍ମିଳନୀରେ ଓଡିଶାରୁ ଦୁଇଜଣ କବି ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ କବି ଫନି ମହାନ୍ତି ଓ ଇଂ.ଯାମିନି କାନ୍ତ ଦାସ ଯୋଗଦେଉଛନ୍ତି ।

ଭାରତର ବିଭିନ୍ନ ରାଜ୍ୟରୁ ଏହି ରାଷ୍ଟ୍ରୀୟ କବି ସମ୍ମିଳନୀରେ ବହୁ ପ୍ରତିଷ୍ଠିତ କବି ଯୋଗଦେଉଛନ୍ତି । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଭାଷାର କବିତା ପଠନ,ସାମ୍ପ୍ରତିକ ସାହିତ୍ୟର ସ୍ଥିତି ସହିତ ବିଭିନ୍ନ ବିଷୟରେ ଆଲୋଚନା ହେବ ।

ଭୁବନେଶ୍ୱରରେ ରହୁଥିବା କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡ଼. ଫନି ମହାନ୍ତିଙ୍କ ସହିତ ବ୍ରହ୍ମପୁରର ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ତଥା ପ୍ରତିଷ୍ଠିତ କବି ଓ ସାହିତ୍ୟିକ ଇଂ.ଯାମିନି କାନ୍ତ ଦାସ ଉଭୟେ ଶନିବାର କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଆସାମ ଗସ୍ତରେ ଯାଉଛନ୍ତି । ପୂର୍ବରୁ ଉଭୟ ଓଡ଼ିଆ କବି ଅନେକ କବି ସମ୍ମିଳନୀରେ ଯୋଗଦେଇଥିବା ବେଳେ ଚଳିତ ଥର ଆସାମରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ କବି ସମ୍ମିଳନୀରେ ଅତିଥି ଭାବେ ଯୋଗଦେବା ସହିତ ନିଜ ଅନୁଭୂତି ସେଠାରେ ଉଭୟେ ଉପସ୍ଥାପନ କରିବେ । ଆସାମ ଗସ୍ତରେ ଯାଉଥିବା ଏହି ଦୁଇ ଓଡ଼ିଆ କବିଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି

Related Post

Leave a Reply

Your email address will not be published. Required fields are marked *

You Missed