ବର୍ଷା ଖୋଲିଲେ ବଡ଼ଚଣାରେ ନୂତନ ଅଫିସ
ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ. ଦର୍ଶନ ସମୀକ୍ଷା : ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବର୍ଷା ପ୍ରିୟଦର୍ଶିନୀ ଶନିବାର ନିଜର କାର୍ଯ୍ୟାଳୟ ଖୋଲିଛନ୍ତି। ସେ ଆଜି ଠାରୁ ବଡ଼ଚଣାରେ ସବୁବେଳେ ସମୟଦେବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଶହ ଶହ କର୍ମୀଙ୍କ ଗହଣରେ ପହଞ୍ଚି ନୂଆ କାର୍ଯ୍ୟାଳୟର ଫିତା କାଟି ପ୍ରବେଶ କରିଥିଲେ। ରାଜ୍ୟ ନେତା ନେତା ଜନ୍ମେଜୟ ଲେଙ୍କା, ପୂର୍ବତନ ସମିତି ଅଧକ୍ଷ ପ୍ରହ୍ଲାଦ ନନ୍ଦ,କୈଳାସ ରାଉତ, ଇତିଶ୍ରୀ ସାମଲ, ଭାଗ୍ୟଧର ସାହୁ, ଜିଲାପରିଷଦ ଉପସଭାପତି ଗଣେଶ୍ବର ବରାଳ, ବିଜେଡି ସ୍ଥାନୀୟ ସଭାପତି ଅରବିନ୍ଦ ସାମଲ ପ୍ରମୁଖ ବହୁ ପ୍ରମୁଖ ନେତା ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏବଂ ବହୁ କର୍ମୀ ମାନେ ଯୋଗଦେଇଥିଲେ। ଏନେଇ ନିକଟସ୍ଥ ରାଜପଥ ହୋଟେଲ ପଛପାଖ ଏକ ଭଡାଘରକୁ ଅଫିସ ଭାବେ ନିଆଯାଇଛି।
