Spread the love

ସାମ୍ବାଦିକ ଗୌରାଙ୍ଗ ଚରଣ ସ୍ବାଇଁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ
ଜଗତସିଂହପୁର, ୧।୧ଦର୍ଶନ ସମୀକ୍ଷା
ଜଗତସିଂହପୁର ଜିଲ୍ଲା ତଥା ତିର୍ତ୍ତୋଲ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଗୌରାଙ୍ଗ ଚରଣ ସ୍ବାଇଁଙ୍କୁ ଆମେରିକାନ୍ ମେରିଟି କାଉନସିଲ ତରଫରୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ସାହିତ୍ୟ, କଳା ଓ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ଡକ୍ଟରେଟ୍ ମିଳିଛି। ଉଚ୍ଚ ଶିକ୍ଷା ପରେ ଦିର୍ଘ ତିନି ଦଶନ୍ଧି ଧରି ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ସହ ଜଣେ ଗୀତିକାର ଭାବରେ ଏକାଧିକ ସଂଗୀତ ଆଲବମରେ ଗୀତ ରଚନା କରିବା ସହିତ କବିତା ଓ ଗଳ୍ପ ରଚନା କରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏଥିସହ ସରକାରୀ ପଞ୍ଜିକୃତ ଦିବ୍ୟଜ୍ୟୋତି ଯୁବ ପରିଷଦ, ଓଡିଶା ରୁରାଲ ଭଲ୍ୟୁଣ୍ଟାରୀ ଅରଗାନାଇଜେସନ, ସହାୟ ଓ ଅନେକ ସାମାଜିକ ଅନୁଷ୍ଠାନ ସହ ସଂଶ୍ଳିଷ୍ଟ ରହି ସାମାଜିକ କାର୍ଯ୍ୟରେ ସହଯୋଗ କରିଆସିଛନ୍ତି। ପୁରୀ ଠାରେ ଆମେରିକାନ ମେରିଟି କାଉନସିଲ୍ ଓ ଓ୍ବାର୍ଲ୍ଡ ଚ୍ୟାରିଟି ଓ୍ବେଲଫେୟାର ଫାଉଣ୍ଡେସନ ତରଫରୁ ପୁରୀର ଟାଉନ୍ ହଲ୍ ପରିସରରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହରେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରମାଣପତ୍ର, ମେଡାଲ, ଟ୍ରଫି ଓ ସ୍କ୍ୱାର୍ବ ସହ ତାଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ। ଏଥିରେ ପୂର୍ବତନ ପୌରାଧ୍ୟକ୍ଷ ଗୌରହରି ପ୍ରଧାନ, ବରିଷ୍ଠ ରାଜନେତା ଶଶଧର ପାଢୀଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ମାନେ ଏଥିରେ ଯୋଗଦେଇଥିଲେ। ଓ୍ବାର୍ଲ୍ଡ ଚ୍ୟାରିଟି ଓ୍ବେଲଫେୟାର ଫାଉଣ୍ଡେସନର ପରିଚାଳକ ମମତା କେଡ୍ରିକାଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତାଙ୍କର ଏହି କୃତିତ୍ବ ଲାଗି ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିୟନ, ତିର୍ତ୍ତୋଲ ପ୍ରେସ କ୍ଲବ, ରାହାମା ପ୍ରେସ କ୍ଲବ (ଏନ୍), ଏକାକାର ସାହିତ୍ୟ ସଂସଦ, ବିବର୍ଣ୍ଣା ସାହିତ୍ୟ ସଂସଦ, ନୂଆ ସକାଳ, ଆଗାମୀ ସାଥୀ ପ୍ରଭୃତି ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *