ଚରିତ୍ର ଉପରେ ସ୍ୱାମୀ ସନ୍ଦେହ କଲେ ଏକତ୍ର ରହିବା ପାଇଁ ପତ୍ନୀଙ୍କ ପ୍ରତ୍ୟାଖ୍ୟାନ ସ୍ୱାଭାବିକ.. ହାଇକୋର୍ଟ
ପ୍ରମାଣ ନଥାଇ ସ୍ତ୍ରୀର ଚରିତ୍ର ଉପରେ ସ୍ୱାମୀ ଆପତ୍ତି ଉଠାଇଲେ ସ୍ତ୍ରୀ ଅଲଗା ହୋଇ ରହିବାର ଯଥେଷ୍ଟ କାରଣ ବୋଲି ଧରାଯିବ। ଅନ୍ୟପଟରେ ସିଆରପିସିର ଧାରା ୧୨୫(୪)ରେ ତାଙ୍କୁ ରକ୍ଷଣାବେକ୍ଷଣ ଦାବିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏକ ବୈବାହିକ ବିବାଦ ତଥା ଭରଣପୋଷଣ ମାମଲାରେ ପରିବାର ଅଦାଲତଙ୍କ ଆଦେଶକୁ କାଏମ ରଖିବା ସହ ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏପରି ରାୟ ଦେଇଛନ୍ତି। ଜଣେ ପତ୍ନୀଙ୍କ ପବିତ୍ରତା ହେଉଛି ଅମୂଲ୍ୟ ସମ୍ପତ୍ତି। ଏହା ଉପରେ ଯଦି ସ୍ୱାମୀ ସନ୍ଦେହ କରିଥାଏ, ତାହେଲେ ପତ୍ନୀ ଏକାଠି ରହିବା ପାଇଁ ପ୍ରତ୍ୟାଖ୍ୟାନ କରିବା ସ୍ୱାଭାବିକ ବୋଲି ହାଇକୋର୍ଟ କହିଛନ୍ତି।