Spread the love

‘‘ବିନା ସଂଘର୍ଷରେ ସଫଳତା ମିଳିପାରିବ ନାହିଁ’’
ଭୁବନେଶ୍ୱର :(ଦର୍ଶନସମୀକ୍ଷା)ଆଜି ଏପିଜେ ଅବ୍ଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଏପିଜେ ଅବ୍ଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଆଞ୍ଚଳିକ ସଂଯୋଜକ ବଳରାମ ସାହୁ ଗୌତମ, ବିଶିଷ୍ଟ ସମାଜସେବୀ ହରପ୍ରସାଦ ମହାପାତ୍ର, ରମ୍ଭାର ପୂର୍ବତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ସମାଜସେବୀ ଅନୀଲ କୁମ‌ାର ପଣ୍ଡା, ଅନୁଷ୍ଠାନର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ପଞ୍ଚାନନ ସୁର ଯୋଗଦେଇଥିଲେ।

ବିନା ସଂଘର୍ଷରେ ସଫଳତା ମିଳିପାରିବ ନାହିଁ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍ଦୁଲ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସ୍ମୃତିସୁଧା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଓଡ଼ିଶାର ୮୦ ସମାଜସେବୀ, ସାହିତ୍ୟିକ, ସାମ୍ବାଦିକ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିତା ପ‌ାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜସେବୀ ଶ୍ରୀ ପଣ୍ଡା, ଅଭୟ ଚରଣ ନାୟକ, ସୁଶାନ୍ତ ଦାସ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକ୍ରଧର ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ସମେତ ବହୁ କବି ଓ କଣ୍ଠଶିଳ୍ପୀ କବିତା ପରିବେଷଣ କରିଥିଲେ। ଲେଖିକା ଦୀପିକା ଦାଶ ରଚନା ତଥା ରମାକାନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ଗଗନ ମେମୋରିଆଲ ଟ୍ରଷ୍ଟର ପିଲାମାନେ ‘ଉତ୍କଳର ବିଳାପ’ ନାଟକ ପରିବେଷଣ କରିଥିଲେ। ଅଭିଲିପ୍ସା ପଣ୍ଡା ଓ ଲକ୍ଷ୍ମୀପ୍ରିୟା ପ୍ରଧାନ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ମନୋରଞ୍ଜନ ମହାନ୍ତି ଓ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୃଜନୀର ସଭାପତି ବନ୍ଦିତା ତ୍ରିପାଠୀ, ମମତା ପାଢ଼ୀ, କ୍ରିଷ୍ଣା କୁମାରୀ ସାମନ୍ତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

You Missed