Spread the love

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ହଲଚଲ ହେଲାଣି । କୁହାଯାଉଛି କି, ମହାରାଷ୍ଟ୍ର ସରକାର ଏବେ ଗୋଟିଏ ହତ୍ୟା ମାମଲାରେ ଛନ୍ଦି ହୋଇଯାଇଛି । ଆଉ ଏହି ମାମଲାରେ ବିଜେପିର ବିଧାୟକଙ୍କୁ କାଠଗଡ଼ାକୁ ଟାଣିଛି ବିରୋଧୀ । ହତ୍ୟା ମାମଲାରେ ଯିଏ ଅପରାଧୀ ସିଏ କୁଆଡ଼େ ବିଜେପି ବିଧାୟକଙ୍କ ଘନିଷ୍ଠ ଅଛନ୍ତି । ଏ କଥା ସେ ମଧ୍ୟ ସ୍ବୀକାର କରିଛନ୍ତି । ଶାସକ ଦଳର ଜଣେ ବିଧାୟକ ହତ୍ୟା ଅପରାଧୀଙ୍କ ସହ ଘନିଷ୍ଠ ହେବା ପରେ ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମୌକା ମିଳିଯାଇଛି ।

ସେପଟେ, ଏହି ମାମଲାରେ ସରକାର କାହିଁକି ଚୁପ୍‌ ଅଛନ୍ତି ସେନେଇ ବି ଉଠିଲାଣି ପ୍ରଶ୍ନ । ଚର୍ଚ୍ଚା ସେଇଥି ଲାଗି ହେଲା କାରଣ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅଜିତ ପାୱାରଙ୍କୁ ସାକ୍ଷାତ କରିଛନ୍ତି । କୁହାଯାଉଛି କି, ବିଧାୟକ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବିକୁ ବିରୋଧୀ ଜୋରଦାର କରିବା ପରେ ସ୍ଥିତି ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଥିବା ଚର୍ଚ୍ଚା ଧରିଛି । 

Related Post

Leave a Reply

Your email address will not be published. Required fields are marked *

You Missed