Spread the love

ବିଲାଣି ଖଣିର ନିଜସ୍ୱ ବିଦ୍ୟାଳୟ ଡିଏଭି ବିଲାଣି ସ୍କୁଲର ହସ୍ତାନ୍ତର ଉତ୍ସବ ।
ଦୁଃସ୍ଥିତିରେ ଚାଲୁଥିଲା ବିଦ୍ୟାଳୟ, ବିଦ୍ୟାଳୟରେ ଥିଲା ଶିକ୍ଷକ ଅଭାବ
(ଦର୍ଶନ ସମୀକ୍ଷା) , ବଡ଼ବିଲ
ବିଲାଣି,୯/୪(ନି.ପ୍ର) – ବିଲାଣି ଖଣିର ନିଜସ୍ୱ ଦାଇତ୍ତ୍ୱ ଓ ପରିଚାଳନାରେ ପରିଚାଳିତ ବିଦ୍ୟାଳୟ, ଡିଏଭି ବିଲାଣି ସ୍କୁଲ ଶେଷରେ ଡିଏଭି କଲେଜ ଟ୍ରଷ୍ଟ ଓ ମେନେଜମେଣ୍ଟ, ନୂଆ ଦିଲ୍ଲୀକୁ ହସ୍ତାନ୍ତର କରାଯାଇଛି । ପୂର୍ବରୁ ଏ ନେଇ ବିଲାଣି ଖଣି ଓ ଡିଏଭି ପରିଚାଳନା ଟ୍ରଷ୍ଟ ସହିତ ଏକ ସ୍ୱାକ୍ଷରିତ ପତ୍ର ସ୍ବାକ୍ଷର ହୋଇଥିବା ବେଳେ ବୁଧବାର ବିଧିବଦ୍ଧ ଭାବରେ ହସ୍ତାନ୍ତର କରାଯାଇଛି ।

ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟଟି ବିଲାଣି ଖଣି ଦ୍ୱାରା ୧୯୭୨ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଉଭୟ ହିନ୍ଦୀ ଓ ଓଡ଼ିଆ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଲାଣି ଖଣି ଦ୍ୱାରା ପରିଚାଳିତ ହୋଇଆସୁଥିଲା । ତେବେ କାଳକ୍ରମେ ବିଦ୍ୟାଳୟରେ ଥିବା ସ୍ଥାୟୀ ଶିକ୍ଷକ ଶିକ୍ଷୟତ୍ରୀ ଅବସର ଗ୍ରହଣ କରିଥିବା ବେଳେ ସେଲ୍ ବିଲାଣି ଖଣି କତ୍ତୃପକ୍ଷ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ବନ୍ଦ କରିଦେଇଥିଲା ।

ଫଳରେ ଶିକ୍ଷାଦାନ ପ୍ରକ୍ରିୟା ଭୁଶୁଡି ପଡିଥିଲା ଓ ବିଦ୍ୟାଳୟ ସମ୍ପୂର୍ଣ୍ଣ ଦୁଃସ୍ଥିତି ଅବସ୍ଥାରେ ପହଞ୍ଚିଥିଲା । ପରେ ୨୦୧୪ ମସିହାରେ ଆରପିଡିଏସି ବୈଠକରେ ବିଲାଣି ବିକାଶ ପରିଷଦ ଓ ବସୁନ୍ଧରା ବିଦ୍ୟାଳୟର ଦୁଃସ୍ଥିତି ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଖଣି କତ୍ତୃପକ୍ଷ ଠିକା ଆଧାରରେ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ତାହା ଆଵଶ୍ୟକତା ଠାରୁ ଅନେକ କମ ରହିଥିଲା । ସ୍ଥିତି ଏପରି ଥିଲା ଯେ ପ୍ରାଥମିକ ଶ୍ରେଣୀରେ ୨୫୦ ବିଦ୍ୟାର୍ଥିରେ ମାତ୍ର ଜଣେ ଶିକ୍ଷକ ରହିଥିଲେ । ଏ ନେଇ ବଲାଣି ବିକାଶ ପରିଷଦ, ବସୁନ୍ଧରା ବ୍ୟତୀତ ଖଣିର ବିଭିନ୍ନ ଶ୍ରମିକ ସଂଗଠନ ଓ ରାଜନୈତିକ ସ୍ତରରେ ଏ ନେଇ ଦାବି ବୃଦ୍ଧି ପାଇବା ସହିତ ବସୁନ୍ଧରାର ନିର୍ଦେଶକ ବିବେକାନନ୍ଦ ନନ୍ଦ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସମେତ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବାକୁ ଚେତାବନୀ ଦେଇଥିଲେ ।

ତେବେ ପରେ ଖଣି କତ୍ତୃପକ୍ଷ କୌଣସି ତୃତୀୟ ପକ୍ଷକୁ ବିଦ୍ୟାଳୟ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଏ ନେଇ ଡିଏଭି ବିଲାଣି ସ୍କୁଲରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଡିଏଭି ରୀତିନୀତିରେ ହସ୍ତାନ୍ତର ଓ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ଓ ଇସ୍ପାତ ମହିଳା ସମାଜର ଅଧ୍ୟକ୍ଷା କାକୋଳି ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଏହି ହସ୍ତାନ୍ତର ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଲାଣି ଖଣିର କାର୍ମିକ ଓ ପ୍ରସାନିକ ବିଭାଗର ମହାପ୍ରବନ୍ଧକ ସମେତ ବାଲାଗୋଡା ପଞ୍ଚାୟତର ସରପଞ୍ଚ ଗୌରୀ ଖୁଣ୍ଟିଆ ତଥା ଖଣିର ବିଭିନ୍ନ ବିଭାଗର ମୁଖ୍ୟ ଯୋଗ ଦେଇଥିଲେ ।

ଅନ୍ୟ ପକ୍ଷରେ ଡିଏଭି ପକ୍ଷରୁ ଓଡିଶା ଜୋନ -୨ ର ଆଞ୍ଚଳିକ ଅଧିକାରୀ ଏଲ ଏନ ପ୍ରଧାନ, ଜୋନ-ଜିର ସହ ଆଞ୍ଚଳିକ ଅଧିକାରୀ ଜ୍ୟୋତି ମିଶ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଓ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଡିଏଭି ପବ୍ଲିକ ସ୍କୁଲ, ବିଲାଣି ର ଅଧ୍ୟକ୍ଷା ତଥା ଡିଏଭି ବିଲାଣି ସ୍କୁଲର କାର୍ଯ୍ୟକାରୀ ଅଧ୍ୟକ୍ଷା ଜୟଶ୍ରୀ ମହାପତ୍ର ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବରେ ତତ୍ତ୍ୱାବଧାନ କରିଥିବା ବେଳେ ଦୁଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed