ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
ଆପଣା ହସ୍ତେ ଜିହ୍ୱା ଛେଦି,
କେ ତାର ଅଛି ପ୍ରତିବାଦୀ?
ଏକାଦଶ ଶତାବ୍ଦୀରେ କାଶ୍ମୀରର ବିଦ୍ୱାନ ସୋମଦେବ ଭଟ୍ଟ ଲେଖିଥିବା
” ବେତାଳ ପଞ୍ଚବସତି” ଗପଟି ଆପଣମାନେ ପଢିଥିବେ।
ସମ୍ରାଟ ବିକ୍ରମାଦିତ୍ୟଙ୍କୁ ସର୍ବଶକ୍ତିମାନ କରେଇବାର ଲୋଭ ଦେଖାଇ, ଜଣେ ତାନ୍ତ୍ରିକ ତାଙ୍କୁ ହତ୍ୟା କରି ସମ୍ରାଟହେବା ଯୋଜନାରେ ଗୋଟିଏ ବେତାଳ ବାଧା ସୃଷ୍ଟି କରୁଥିବାରୁ, ବିକ୍ରମାଦିତ୍ୟଙ୍କ ଜରିଆରେ ବେତାଳକୁ ଓ ପରେ ବିକ୍ରମାଦିତ୍ୟଙ୍କୁ ମାରିବାପାଇଁ, ସେ ବିକ୍ରମାଦିତ୍ୟଙ୍କୁ ” ଗୋଟିଏ ଗଛରେ ରହୁଥିବା ବେତାଳକୁ ତାଙ୍କ ପାଖକୁ ଆଣିବାକୁ କହୁଥିଲେ”।
ବେତାଳ, ବିକ୍ରମାଦିତ୍ୟଙ୍କ ପିଠିରେ ଲାଉ ହୋଇ ଆସିବା ସମୟରେ , ବିକ୍ରମାଦିତ୍ୟଙ୍କୁ ଗୋଟିଏ ଗପ ଜରିଆରେ ହିତୋପଦେଶ ଶୁଣେଇ ଓ ଶେଷରେ ତାହାର ଉତ୍ତର ଦେବାକୁ କହି, ସାବଧାନ କରୁଥିଲା ଯେ,
” ଜାଣିଥିବା ସତ୍ତ୍ୱେ ଉତ୍ତର ନ ଦେଲେ
ତାଙ୍କର ( ବିକ୍ରମାଦିତ୍ୟଙ୍କର) ମୁଣ୍ଡ କଟିଯିବ”।
ବିକ୍ରମାଦିତ୍ୟ ସଠିକ ଉତ୍ତର ଦେବାପରେ ବେତାଳ ତାଙ୍କ ପିଠିରୁ ପୁଣି ଗଛରଡାଳକୁ ପଳାଉଥିଲା। ଏହିପରି ୨୫ଥର ହେବାପରେ, ବେତାଳ, ବିକ୍ରମାଦିତ୍ୟଙ୍କୁ ତାନ୍ତ୍ରିକର ଯୋଜନା ବିଷୟରେ କହିଥିଲା ଓ ଉଭୟ ମିଶି ତାନ୍ତ୍ରିକକୁ ମାରିଥିଲେ।
ସେ ଯୁଗର ବେତାଳ ବିକ୍ରମାଦିତ୍ୟଙ୍କ ପିଠିରେ ଲାଉହୋଇ ତାଙ୍କୁ
ବଞ୍ଚେଇଥିଲେ। ଏ ଯୁଗର ବେତାଳ କିନ୍ତୁ;
” ଯାହା ପିଠିରେ ଲାଉ ହେଉଛନ୍ତି, ତାଙ୍କୁ ଟାକ୍ କରି ଗିଳି ଦେଉଥିଲେ ବି
ଗିଳିହେବାକୁ ତାଙ୍କ ପାଖରେ ବହୁତ ଭିଡ଼।”
ତେଣୁ ତ ଆଜିର ଲେଖାଟିର ଶୀର୍ଷକ ରହିଛି;
” ଆପଣା ହସ୍ତେ ଜିହ୍ୱା ଛେଦି,
କେ ତାର ଅଛି ପ୍ରତିବାଦୀ “
-ବୁଝିଲାବାଲାଙ୍କୁ ସାମାନ୍ୟ
ସୁରାକ ଯଥେଷ୍ଟ -