Spread the love

“ଭୁବନେଶ୍ୱର: ନୂଆ ବିଜେପି ସରକାରର ପଦାକୁ ଆସିଥିବା ଏକ ଘଟଣା ସତ ହୋଇଥିଲେ ସାଂଘାତିକ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କ୍ରୀଡ଼ା ମନ୍ତ୍ରୀ ଯେଉଁ ମତ ରଖିଛନ୍ତି ତାହା ଯଦି ବାସ୍ତବ ହୋଇଥିବ ତେବେ ଏହା ସରକାରଙ୍କ ପାଇଁ ଅତ୍ୟନ୍ତ ଉଦ୍‌ବେଗ ଜନକ ବିଷୟ । ଅଫିସର୍‌ମାନେ ଏ ସରକାରରେ ବି କାହାକୁ ନ ପଚାରି ନିଷ୍ପତ୍ତି ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି । ଏହା ଯଦି ସତ ହୋଇଥାଏ ତେବେ ସଂପୃକ୍ତ ଅଫିସର୍‌ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି । ନଚେତ୍ ପରବର୍ତ୍ତି ସମୟରେ ସରକାରଙ୍କୁ ହିଁ ପସ୍ତାଇବାକୁ ପଡ଼ିବ । ନୀତିଗତ ନିଷ୍ପତ୍ତି ସରକାରଙ୍କ ଅଗଚୋରରେ କିପରି ଭାବରେ ଅଫିସର୍‌ମାନେ ନେଇପାରିଲେ ତାହା ହେଉଛି ବଡ଼ ପ୍ରଶ୍ନ ବୋଲି କୁହାଯାଉଛି ।

ବିଜେଡି ସରକାରଙ୍କ ସମୟରେ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ନା’ରେ ପୁରସ୍କାର ଦିଆଯାଇ ଆସୁଥିଲା। ସରକାର ବଦଳିଲା ପରେ ବିଜେପି କ୍ଷମତାକୁ ଆସିଲା । ଶନିବାର ହଠାତ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ବିଜୁ ପଟ୍ଟନାୟକଙ୍କ ନା’ରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାର ବଦଳରେ ରାଜ୍ୟ କ୍ରୀଡ଼ା ପୁରସ୍କାର ଦିଆଯିବ । ବିଜୁ ପଟ୍ଟନାୟକଙ୍କ ନା’କୁ ବଦଳାଯିବା ନେଇ ଖବର ଆସିଲା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ବିଭିନ୍ନ ସମାଲୋଚନା ମଧ୍ୟ ହୋଇଥିଲା । ଏହା ସରକାରଙ୍କର ନିଷ୍ପତ୍ତି ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ରବିବାର ହଠାତ ନିଷ୍ପତ୍ତି ବଦଳିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ କହିଲେ ସେ ଏ ବିଷୟରେ ମିଡିଆରୁ ଜାଣିଲେ । ନା’ ବଦଳାଯିବା ନେଇ ସେ ଜାଣି ନଥିଲେ । ସରକାର ଏଭଳି କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ନିଜେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ବିଷୟରେ ଜାଣି ନଥିବା କହିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଲେ ଗଣମାଧ୍ୟମରୁ ଆଜି ସକାଳେ ସେ ନାମ ପରି ବର୍ତ୍ତନ ନେଇ ଜାଣିବାକୁ ପାଇଲେ । ଏହା ଏକ ଛୋଟିଆ ଘଟଣା ନୁହେଁ । ଏହାକୁ ହାଲୁକା ଭାବେ ନେବା ଆଦୌ ଉଚିତ ନୁହେଁ.. ସତ ଜାଣିବାକୁ ଓଡିଶାବାସି ଇଛୁକ..

Related Post

Leave a Reply

Your email address will not be published. Required fields are marked *

You Missed