ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ “ବିଜୁ ଟ୍ରଫି” ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ-୨୦୨୫ ଅନୁଷ୍ଠିତ
ବ୍ରହ୍ମପୁର (ଦର୍ଶନ ସମୀକ୍ଷା) :ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଉନ୍ମୁକ୍ତ ଜନସମାରୋହ ମଧ୍ୟରେ ଏକ ଖେଳ ମହୋତ୍ସବ ଆୟୋଜିତ ହୋଇଛି। ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି “ବିଜୁ ଟ୍ରଫି” ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ଗଣତନ୍ତ୍ର ଦିବସ (୨୬ ଜାନୁଆରୀ) ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଏହି କ୍ରୀଡା ଅନୁଷ୍ଠାନରେ ଗଞ୍ଜାମ ଜିଲ୍ଲା କୋଣ ଅନୁକୋଣ ରୁ 72ଟି ଭିନ୍ନ-ଭିନ୍ନ ସଂସ୍ଥାର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟଟି ଚାରିଟି ଶ୍ରେଣୀରେ ବିଭାଜିତ ହୋଇଛି – ଅଣ୍ଡର ୧୩, ଅଣ୍ଡର ୧୭, ୪୦+ ସିନିଅର ଏବଂ ସିନିଅର ସିଟିଜେନ୍। ଏହି ଆୟୋଜନ ଓଡ଼ିଶା ବ୍ୟାଡମିଣ୍ଟନ୍ ଏସୋସିଏସନ୍ ଦ୍ୱାରା ଅନୁମୋଦିତ ହୋଇଛି। ବିଜୟୀ ଖେଳାଳିମାନେ ଟ୍ରଫି, ପ୍ରଶସ୍ତିପତ୍ର ଏବଂ ଏବଂ ଉପହାର ପ୍ରଦାନକରାଯାଇଛି।ଏହି ଖେଳ ଉତ୍ସବରେ ସିନିଅର ଶ୍ରେଣୀ ରେ ସରୋଜ ଏବଂ ଅଭିନାଶ ଚମ୍ପିୟାନ ହୋଇଥିଲେ ଏବଂ ରନରସିପ ରୁଦ୍ର ଏବଂ ଗୌରଭ ପାଇଥିଲେ ସେଇଭଳି ମାଷ୍ଟର 40+ ଶ୍ରେଣୀରେ ଶିବ ଏବଂ ଶ୍ରବଣ ଚମ୍ପିୟାନ ହୋଇଥିଲେ ରନରସିପ କେଶବ ଏବଂ ତାହି୍ର ସେମିତି ଅଣ୍ଡର 17 ଶ୍ରେଣୀ ରେ ଅଂଶୁମାନ ଏବଂ ସ୍ବୟମ୍ ଚମ୍ପିୟାନ ହୋଇଥିଲେ ରନରସିପ ରାଜ ଏବଂ ଅସୀମ ହୋଇଥିଲେ ଖେଳର 4th ଶ୍ରେଣୀ ଅଣ୍ଡର 13 ରେ ସ୍ୱାଗତ ଏବଂ ଆୟୁଷ୍ମାନ ଚମ୍ପିୟାନ ହୋଇଥିଲେ ସିଧେଶ ଏବଂ ବାଦଲ ରନରସିପ ପାଇଥିଲେ
ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହ ଉତ୍ସବମୂଡ଼ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଧାୟକ ସୋରଡା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମହାନଗର ନିଗମ ର କର୍ପୋରେଟର ବିଜେଡି ର ବରିଷ୍ଠ ନେତା ସୁବାସ ମହାରଣା ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।
ଏହି କ୍ରୀଡା ଉତ୍ସବକୁ “ଶୋଭନ ନାୟକ, ସଭାପତି ,ବିଜୁ ଛାତ୍ର ଜନତା ଦଳ,ବ୍ରହ୍ମପୁର ଦ୍ୱାରା ପରିଚାଳନା କରାଯାଇଥିଲା। କ୍ରୀଡା ଜଗତରେ ଏହି ପ୍ରୟାସ ଏକ ଉତ୍ସାହଦାୟକ ପଦକ୍ଷେପ ଅନ୍ତର୍ଭୂକ୍ତ ହୋଇଥିବା କୁହିପାରିବା।