Spread the love

ବିଜେଡିକୁଭାଙ୍ଗିବାକୁବିଜେପିରଉଦ୍ୟମ :
ବିଜେଡି ନେତା ଭି.କେ ପାଣ୍ଡିଆନ୍ ଙ୍କ ପ୍ରେସମିଟ୍ । ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ ଆଣିଲେ ଭି.କେ ପାଣ୍ଡିଆନ୍!.

ଖୁବଶୀଘ୍ରଆସିବଆଶ୍ଚର୍ଯ୍ୟକରି ବିଜେଡିମାନିଫେଷ୍ଟୋ!.
ବିଜେପି ସରକାରକୁ ଆସିବାକୁ ମାନିଫେଷ୍ଟୋ କରୁଛି,ବିଜେଡି ଲୋକଙ୍କ ସେବା କରିବା ପାଇଁ ମାନିଫେଷ୍ଟୋ କରୁଛି । ଅନ୍ୟମାନଙ୍କ ମାନିଫେଷ୍ଟୋକୁ କେହି ଗୁରୁତ୍ୱର ସହ ନେବେ ନାହିଁ କିନ୍ତୁ ନବୀନ ବାବୁଙ୍କ ମାନିଫେଷ୍ଟୋକୁ ସମସ୍ତେ ଚାହିଁବସିଛନ୍ତି.

ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ଜଣେ କେହି ସଂସଦରେ ପାଟି ଖୋଲିଛନ୍ତି କି? ବିଜେଡିର ସାଂସଦ ମୁହଁ ଖୋଲିଛନ୍ତି । ଜାତୀୟଦଳର କଣ୍ଟ୍ରୋଲ୍ ତାଙ୍କର ହାଇକମାଣ୍ଡ,ସେମାନଙ୍କ ଲକ୍ଷ୍ୟ କେମିତି ଆଉ ଥରେ ସିଟ୍ ପାଇ ମନ୍ତ୍ରୀ ହେବେ,କିନ୍ତୁ ବିଜେଡି ସାଂସଦଙ୍କ ବସ୍ ହେଉଛନ୍ତି ଓଡ଼ିଶାବାସୀ : ଭି.କେ ପାଣ୍ଡିଆନ୍!.

ହାୱାରେକଥାକୁହନ୍ତିନିଗ୍ରାଉଣ୍ଡରେପ୍ଲାନିଂକରିକାମକରନ୍ତିମୁଖ୍ୟମନ୍ତ୍ରୀ
ହାୱାରେ କଥା କୁହନ୍ତି ନାହିଁ ଗ୍ରାଉଣ୍ଡରେ ପ୍ଲାନିଂ କରି କାମ କରନ୍ତି ମୁଖ୍ୟମନ୍ତ୍ରୀ । ନିଜର ବ୍ୟକ୍ତଗତ ସ୍ୱାର୍ଥ କିମ୍ବା କ୍ଷମତା ପାଇଁ ନୁହଁ ଓଡ଼ିଶାବାସୀଙ୍କ ସେବା ପାଇଁ କାମ କରୁଛନ୍ତି ନବୀନ ବାବୁ.
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ ଯେଉଁ ଚକ୍ରାନ୍ତ କରୁଛନ୍ତି , ଜୁନ୍ ୪ରେ ଓଡ଼ିଶାବାସୀ ସେମାନଙ୍କୁ ଉଚିତ୍ ଜବାବ୍ ଦେବେ । ଆୟୁଷ୍ମାନ ଭାରତ ଓଡ଼ିଶାରେ ୫୦ ଲକ୍ଷ ପରିବାରକୁ ସୁବିଧା ଯୋଗାଇଥାନ୍ତା କିନ୍ତୁ ବିଏସକେୱାଇ ୯୫ ଲକ୍ଷ ପରିବାରକୁ ସୁବିଧା ଯୋଗାଉଛି : ଭି.କେ ପାଣ୍ଡିଆନ୍!.ନିର୍ବାଚନ ଆସିଲେ ଓଡ଼ିଆ ପ୍ରେମ,ଭାଷା ପ୍ରେମ,ଅସ୍ମିତା କଥା ମନେପକାଇବେ । ୧୦ ବର୍ଷ ସରକାରରେ ଥାଇ ଭାଷା ପାଇଁ କ’ଣ କରିଛନ୍ତି ବିଜେପି? ଅନ୍ୟ ଭାଷାକୁ ପ୍ରମୋଟ୍ କରିବା ପାଇଁ ଟଙ୍କା ଖର୍ଚ୍ଚ କଲେ,ଓଡ଼ିଆ ଭାଷା କ’ଣ ପାପ କରିଥିଲା? କହିଲେ ଭି.କେ ପାଣ୍ଡିଆନ୍!.

ବିଜୁବାବୁଙ୍କ କଥା ହେଲେ ଆଖିରୁ ଲୁହ ବାହାରିବ ନହେଲେ ଛାତି ଚଉଡ଼ା କରି ମୁଣ୍ଡ ଉପରକୁ କରିଚାଲିବେ। ଭୂମିପୁତ୍ରଙ୍କ ଶେଷ ସମୟରେ ତାଙ୍କ ଦେହରେ ୪ଟି ଦେଶର ପତାକା ଥିଲା। ପରବର୍ତ୍ତୀ ପିଢି ପାଇଁ ବିଜୁବାବୁ ପ୍ରେରଣା ହୋଇ ରହିବେ। ଏଭଳି ବ୍ୟକ୍ତିତ୍ୱଙ୍କୁ ଏନଡିଏ ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଭାବିଲାନି!.

କଳିଙ୍ଗ ଷ୍ଟାଡିୟମରେ ବସି ଭାବବିହ୍ୱଳ ହୋଇ ମୁଖ୍ୟମନ୍ତ୍ରୀ କହିଥିଲେ,ମହାବାତ୍ୟା ବେଳେ ବାହାର ରାଜ୍ୟରୁ ରିଲିଫ୍ ସାମଗ୍ରୀରେ ଓଡ଼ିଶାକୁ ପୁରୁଣାକପଡ଼ା ପଠାଇଥିଲେ ଯାହା କଳିଙ୍ଗ ଷ୍ଟାଡିୟମରେ ଗଦା ହୋଇଥିଲା । ଆଜି ଏହି ମାଟିରେ ୪୦ଦେଶ ଆସି ଫ୍ଲାଗମାର୍ଚ୍ଚ କରୁଛନ୍ତି । ମୁଁ ଓଡ଼ିଶା ପାଇଁ ଯାହା କରିଛି ବହୁତ ଗର୍ବ ଲାଗୁଛି!.
ମତେଗଞ୍ଜାମବହୁତଭଲଲାଗେ!.
ମୁଁ ସାଢେ ୪ ବର୍ଷ ଗଞ୍ଜାମରେ ଜିଲ୍ଲାପାଳ ଥିଲି । ଗଞ୍ଜାମ ମତେ ବହୁତ ଭଲ ଲାଗେ , ନବୀନ ବାବୁଙ୍କ ଏ ମାଟିର ଲୋକ ବହୁତ ପରିଶ୍ରମୀ । ମତେ ବହୁତ ଭଲ ପାଇବା ଦେଇଛନ୍ତି.
କଣ୍ଟାବାଂଜିକୁକାହିଁକିବାଛିଲେନବୀନ?
କୌଣସି ରାଜନୈତିକ ଉଦ୍ଦେଶ୍ୟ ନୁହଁ , କଣ୍ଟାବାଂଜିର ବିକାଶକୁ ଦ୍ରୁତଗତିରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳକୁ ବାଛିଲେ : କହିଲେ ପାଣ୍ଡିଆନ୍!.
୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ନିଜ ମାଟି ଢ଼େଙ୍କାନାଳ ପାଇଁ କ’ଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ? କେନ୍ଦ୍ରମନ୍ତ୍ରୀଙ୍କୁ ମୁଁ ଆହ୍ୱାନ ଦେଉଛି ଭୁବନେଶ୍ୱରରେ ଥିବା ତାଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ଆଉ ସ୍ୱାଭିମାନ ଅଂଚଳରେ ଥିବା ଗୋଟିଏ ୫ ଟି ରୂପାନ୍ତରୀକରଣ ହୋଇଥିବା ହାଇସ୍କୁଲ୍ ଯିବା , ଦେଖିବା କେଉଁଟା ଭଲ!.
ଯଦି ଧର୍ମେନ୍ଦ୍ର ବାବୁ ଓଡ଼ିଶା ପାଇଁ କିଛି ବି ଭଲ କାମ କରିଥାନ୍ତେ ନବୀନ ବାବୁ ବିଜେଡିକୁ କହିଥାନ୍ତେ ଆମେ ତାଙ୍କ ବିରୁଦ୍ଧରେ ନାମାଙ୍କନପତ୍ର ଦାଖଲ କରିବା ନାହିଁ । କିନ୍ତୁ ୧୦ ବର୍ଷ ଭିତରେ ନିଜ ପଞ୍ଚାୟତ ଜୋନ୍ , ଜିଲ୍ଲାପରିଷଦ ଜୋନ୍ ଜିତିପାରିଲେନି ଧର୍ମେନ୍ଦ୍ର । କିଛି କରିଥିଲେ ସିନା ଜିତିଥାନ୍ତେ!.
ସରକାରଗଠନନୁହଁସିଟ୍ଅଧିକପାଇବାବିଜେପିରରଣନୀତି!.

ସରକାର ଗଠନ ପାଇଁ ନୁହଁ କେମିତି ଟିକେ ଅଧିକ ସିଟ୍ ପାଇବୁ ବିଜେପିର ଏ ହେଉଛି ରଣନୀତି । ବିଜେଡି ଅଧିକ ସଂଖ୍ୟାରେ ସିଟ୍ ପାଇବ , ବିଜେପିର ତ ୬୦ ଜାଗାରେ ପ୍ରାର୍ଥୀ ନାହାନ୍ତି :

ରାଜନୀତିକୁପଛରେରାଜ୍ୟକୁଆଗରେରଖନ୍ତିନବୀନବାବୁ!.
ରାଜନୀତି ଜରିଆରେ ଯଦି ରାଜ୍ୟକୁ ଫାଇଦା ମିଳିବ ସେଭଳି ନିଷ୍ପତ୍ତି ନିଅନ୍ତି ନବୀନ ବାବୁ :
ମୋରଭୂମିକାନବୀବବାବୁଙ୍କୁସହଯୋଗକରିବି ..
ବିଜେଡି ସ୍ୱିପ୍ କରୁଛି । ମାନିଫେଷ୍ଟୋ ଆଗରୁ ଲୋକଙ୍କ ଭଲପାଇବା , ଆଶିର୍ବାଦ ପାଇ ବିଜେଡି ବହୁତ ଭଲ କରୁଛି : ଭି.କେ ପାଣ୍ଡିଆନ୍!.
ପାଣ୍ଡିଆନ୍କିଏ? : ଜବାବ ରଖିଲେ ଧର୍ମେନ୍ଦ୍ର!.

ଭି.କେ ପାଣ୍ଡିଆନଙ୍କ ପ୍ରେସମିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଲଟା ଜବାବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଲେ ପାଣ୍ଡିଆନ୍ କିଏ ? କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ନେତା!.

Leave a Reply

Your email address will not be published. Required fields are marked *