ଏଇ ଜୀବନ ଏକ ରଙ୍ଗମଞ୍ଚ….
ବୈଜ୍ଞାନିକ ଖୋଜୁଛନ୍ତି ମଙ୍ଗଳ ଗ୍ରହରେ ଜୀବନ ଅଛି କି ନାହିଁ ଆଉ ଆମେ ଖୋଜୁଛନ୍ତି ଜୀବନର ମଙ୍ଗଳ ଅଛି କି ନାହିଁ….
କେବେ କାହା ଆଖିରୁ ଝରୁଥିବା ଲୁହକୁ ପୋଛିକି ତ ଦେଖ।ତୁମର ବଡ ବଡ ଦୁଃଖ ବି ତୁମକୁ ଛୋଟ ଲାଗିବ।
ମଣିଷ ଅମଣିଷ ସେତେବେଳେ ହୋଇଯାଏ, ସେତେବେଳେ ତାକୁ ଟଙ୍କାର ଗର୍ବ ଖାଇ ଯାଇଥାଏ।
ପ୍ରକୃତ ବନ୍ଧୁ ଯେତେ କ୍ରୋଧିତ ହୁଅନ୍ତୁ ନା କାହିଁକି ସେ କେବେବି ଶତୃ ମାନଙ୍କ ଧାଡ଼ିରେ ଠିଆ ହୁଅନ୍ତି ନାହିଁ।
ଧୋକା ହେଉଛି କଳି ଯୁଗର ପ୍ରସାଦ,ଆଜି ନ ହେଲେ କାଲି ଜଣ ଜଣ କରି ସମସ୍ତଙ୍କୁ ମିଳିବ।
ଆସିଛୁ ଏକା ଯିବୁ ତୁ ଏକା ସଙ୍ଗତେ ନଯିବେ କେହି ଏକା ସଙ୍ଗେ ଥିବ କଲା କର୍ମଫଳ ଗୁଣିଜନ ଗୁଣଗ୍ରାହୀ।
ଯିଏ ଯେତେ କଷ୍ଟ ଦେଉଛି, ଦେଉ ଦୁଃଖ କରନ୍ତୁ ନାହିଁ l ସେ ଯଦି ଦୁଃଖ ଦେଇ, ଖୁସି ହେଉଛି, ତାକୁ ହେବାକୁ ଦିଅ l ଭଗବାନ ସେହି ଲୋକକୁ ସହିବା ଶକ୍ତି ଦେଇଥାନ୍ତି ଯାହା ପାଖରେ ଅସୀମ ଧର୍ଯ୍ୟ ଥାଏ, ନ ହେଲେ କଷ୍ଟ ବା ଦୁଃଖ ସହି ନ ପାରି କିଛି ଲୋକ ବି ଆତ୍ମହତ୍ୟା କରୁଛନ୍ତି l ଭଗବାନଙ୍କ ପାଖରେ କେହି ଅନ୍ୟାୟ ଅଧିପତି କରି ଖସିଯାଇ ପାରିବ ନାହିଁ ନିକିତିରେ ସବୁ ମପା ଯାଉଛି l
ଲୁହାକୁ ଆଉ କେହି ନୁହେଁ, ତାର କଳଙ୍କି ହିଁ ତାକୁ ନଷ୍ଟ କରିଥାଏ….
ଠିକ୍ ସେହିପରି
ମଣିଷକୁ ଆଉ କେହି ନୁହେଁ, ତାର ଗର୍ବ ଓ ଅହଙ୍କାର ହିଁ ତାକୁ ବର୍ବାଦ କରିଥାଏ….