Spread the love

‘ସତ କହିବାକୁ କିଆଁ ଡରିବି,
ସତ କହି ମଲେ ପଛେ ମରିବି।’
ଏହି ବାକ୍ୟକୁ ମନ ପ୍ରାଣରେ ଶକ୍ତି ସ୍ଵରୂପ ଭରି ଦେବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଯେ ଏତିକି ସେ ଶିଖାଇ ଦିଅନ୍ତୁ।
ଅଶୋକ ସ୍ତମ୍ଭ ଚିହ୍ନ ତଳେ ‘ସତ୍ୟମେଵ ଜୟତେ’ ର ଅର୍ଥ ହେଉଛି କେବଳ‌ ସତ୍ୟର‌ ଜୟ ହୁଏ। ମୁଣ୍ଡକ ଉପନିଷଦର ଏହି ମନ୍ତ୍ରର ଦ୍ଵିତୀୟ ଧାଡ଼ି କହନ୍ତି ଯେ ଏହି ପଥରେ ଗତି କଲେ ଈଶ୍ବରଙ୍କ ପରମ ଧାମରେ ପହଞ୍ଚିବ।
‘ଧନ ଜନ ଲୋଡ଼ା ନାହିଁ’ – ଗୌତମ ବୁଦ୍ଧ ଗୃହତ୍ୟାଗ ଦ୍ଵାରା ଜୀବନରେ ଦର୍ଶାଇ ଆଜି ଭଗବାନ ରୂପେ ପୂଜିତ। ଏହା ବେଦାନ୍ତ ତତ୍ତ୍ଵର ମୂଳ ଭିତ୍ତି- ପ୍ରଥମ ମାନ୍ୟତା ପ୍ରାପ୍ତ ‘ ଈଶ ଉପନିଷଦ’ ର ପ୍ରଥମ ମନ୍ତ୍ର- ‘ ତେନ ତ୍ୟକ୍ତେନ ଭୁଞ୍ଜିଥା’। ସନାତନ ଧର୍ମର ମୂଳଦୁଆ ପକେଇଥିବା ସହସ୍ର ସହସ୍ର ମୁନିଋଷି ସମସ୍ତେ ତ୍ୟାଗୀ ବୈରାଗୀ।
‘ଆହେ ଦୟାମୟ ବିଶ୍ବବିହାରୀ’ ପ୍ରାର୍ଥନା ଶବ୍ଦମାନ ସନାତନ ଚେତନାର ଉପନିଷଦୀୟ ବାର୍ତ୍ତାରେ ପରିପୂର୍ଣ୍ଣ- ‘ ଜଳ ସ୍ଥଳ ବନ ଗିରି ଆକାଶ ‘ – ଶବ୍ଦମାନ ଋଗବେଦ ଓ ଶ୍ରୀମଦ୍ଭାଗବତରେ ବିଶ୍ଳେଷିତ, ଯାହା ଈଶ୍ବରଙ୍କ ନିଜ ରୂପ।

ଯେଉଁମାନେ ମନ, ବୁଦ୍ଧି, ଚିତ୍ତ ଓ ହୃଦୟର ସହିତ ପ୍ରାର୍ଥନାର ଶବ୍ଦାର୍ଥମାନ ଆତ୍ମାରେ ପ୍ରବିଷ୍ଟ କରାଇଛନ୍ତି, ସେମାନେ ଆଧ୍ୟାତ୍ମିକତାର ଅମୃତମୟ ପଥରେ ଗତି କରିଛନ୍ତି।

Related Post