Spread the love

ପୁଲିସ ନିର୍ବାଚନ ପାଇଁ ଚାଲିଛି ମତଦାନ, ଅଧିକାଂଶ ସ୍ଥାନରେ ବିଳମ୍ବରେ ଆରମ୍ଭ ହୋଇଛି ମତଦାନ
………………………………………………………..
ବ୍ରହ୍ମପୁର ହାବିଲଦାର- କଷ୍ଟେବଳ ସଂଘର ନିର୍ବାଚନ ନିମନ୍ତେ ୧୮ଟି ବୁଥରେ ମତଦାନ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକାଂଶ ବୁଥରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ଜଣାପଡିଛି । DPO ପରିସରରେ 15 ଓ 16ନଂ ଦୁଇଟି ବୁଥ ରହିଛି । 16ନଂ ବୁଥ 9:25 ମିନିଟ ସମୟରେ ଆରମ୍ଭ ହୋଇଥିବା ବେଳେ 15 ନଂ ବୁଥ ଏଯାବତ ଆରମ୍ଭ ହୋଇନଥିବା ଜଣାପଡିଛି ।କୌଣସି ତ୍ରୁଟି ଯୋଗୁଁ ଆରମ୍ଭ ହେବାର ବିଳମ୍ବ ହେଉଛି । ଯେତିକି ସମୟ ବିଳମ୍ବ ହେବ ସେତିକି ସମୟ ମତଦାନ ପାଇଁ ସମୟ ମିଳିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସବୁ ବୁଥରେ ଲେଖା ଯୋଡ଼ିବା ଆଉ ଲେଖାଛିଡ଼େଇ ଦେବାକୁ ଭୋଟରଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀମାନେ ।

Leave a Reply

Your email address will not be published. Required fields are marked *