ଏକକ ବ୍ୟବହୃତ ପ୍ଲାଷ୍ଟିକ ଅପସାରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
କଟକ ତା ୨୪/୧୨: ଆଜି ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ନେହେରୁ ନୋଡ଼ାଲା ଉଚ୍ଚ ବିଦ୍ୟାପୀଠ, ନୂଆବନାର ଠାରେ ଓଡ଼ିଶା ସରକାରଙ୍କର ଜଙ୍ଗର ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅଧିନିସ୍ଥ ସେଣ୍ଟର୍ ଫର୍ ଏନ୍ ଭରମେଣ୍ଟାଲ୍ ଷ୍ଟଡିଜ୍ ଆନୁକୂଲ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଅପସାରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସଚେତନତା ରାଲି ଅଞ୍ଚଳ ପରିକ୍ରମା କରିଥିଲା।ପରେ ପରେ ଏକ ସଚେତନତା ସଭା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ବିରେନ୍ଦ୍ର କୁମାର ନନ୍ଦଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ପରିବେଶବିତ ଡକ୍ଟର ଅର୍ଜୁନ କୁମାର ବିଶାଳ, ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ୍ ଜୟରାମ ଲେଙ୍କା, ସମ୍ମାନିତ ଅତିଥି ରୂପେ ନିରୁପମା ମହାପାତ୍ର ଓ ଶ୍ରୀମତୀ ଅରୁଣିମା ମହାନ୍ତି ଯୋଗ ଦେଇ ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବିଶେଷ ଭାବେ ଏକକ ବ୍ୟବହୃତ ପ୍ଲାଷ୍ଟିକ ର ବ୍ୟବହାର ନ କରି ତା ବଦଳରେ କପଡ଼ା ବ୍ୟାଗ୍, ଷ୍ଟିଲ ବୋତଲ, ଷ୍ଟିଲ ଟିଫିନ୍ ବାକ୍ସ ବ୍ୟବହାର କରିବା ନିମନ୍ତେ ଅତିଥି ମାନେ ପରାମର୍ଶ ଦେଇଥିଲେ । ପରିବେଶକୁ ସୁସ୍ଥ ରଖିବା ନିମନ୍ତେ ସମସ୍ତ ଛାତ୍ର ଛାତ୍ରୀ ବୃକ୍ଷରୋପଣ କରିବା ନିମନ୍ତେ ଶପଥ ନେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ବ୍ୟବହୃତ ପ୍ଲାଷ୍ଟିକରୁ ପ୍ରସ୍ତୁତ ଏକ ବିଜ୍ଞାନ ପ୍ରଦର୍ଶନୀ କୁ ଅତିଥି ମାନେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ଗଙ୍ଗାଧର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଯୋଗ କରି ଥିଲେ ।