ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର :
କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ୨୫ ସହରର ସ୍ଥିତି ସଂଗୀନ
ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର । ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତାଳଚେର ରହିଛି । ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି । ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତାଠାରୁ ଅଧିକ ସଲ୍ଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି ।