Spread the love


ୟୁରି ଗେଗାରିନ ନାଁ ଟି ଶୁଣିଲେ ଦେହରେ ଗୋଟିଏ ଶିହରଣ ଜାଗ୍ରତ ହୁଏ। ସେ ଥିଲେ ବିଶ୍ଵର ସର୍ବ ପ୍ରଥମ ମହାକାଶଚାରୀ ମଣିଷ। ୧୯୬୧ ମସିହାରେ ତତ୍କାଳୀନ ସୋଭିଏତ ଋଶ ପଠାଇଥିବା ମହାକାଶଯାନ ରେ ପ୍ରଥମ ଥର ପାଇଁ ସେ ମହାକାଶ ପରିଭ୍ରମଣ କରିଥିଲେ।
ମହାକାଶରେ ପ୍ରଥମ ମଣିଷ ଭାବେ ଯିବା ପରେ ସିନା ବିଶ୍ଵ ତମାମ ଲୋକେ ତାଙ୍କୁ ଜାଣିଲେ ଓ ମାନବ ସଭ୍ୟତା ଇତିହାସରେ ତାଙ୍କ ନାମ ସ୍ୱର୍ଣକ୍ଷରରେ ଲିଖିତ ହେଲା, କିନ୍ତୁ ଏହି ପ୍ରଥମ ମହାକାଶଚାରୀ ଙ୍କ ପରିଚୟ କଣ?
ମହାକାଶ ଯିବା ପୂର୍ବରୁ ସେ କଣ ଥିଲେ? ସେ ଥିଲେ ଜଣେ ଶ୍ରମିକ। ରଜାପୁଅ ନୁହେଁ, ଜମିଦାର ନୁହେଁ, ଖଣି ମାଲିକ ବା କୌଣସି ପ୍ରତିପତ୍ତିଶାଲୀ ବ୍ୟବସାୟୀଙ୍କ ପୁଅ ନ ଥିଲେ ସିଏ। ୟୁରି ଗେଗାରିନ ଥିଲେ ଜଣେ ଶ୍ରମିକ, ଇସ୍ପାତ ଶ୍ରମିକ। ଜଣେ କମ୍ୟୁନିଷ୍ଟ। ମହାକାଶ ବିଜୟର ସାଫଲ୍ୟକୁ ସେ ଉତ୍ସର୍ଗ କରିଥିଲେ ବିଶ୍ଵର ଶ୍ରମଜୀବୀ ମଣିଷଙ୍କୁ, ସମାଜତନ୍ତ୍ରକୁ। କାରଣ? ଏକମାତ୍ର ସମାଜତନ୍ତ୍ର ହିଁ ସେହି ବ୍ୟବସ୍ଥା, ଯେଉଁ ବ୍ୟବସ୍ଥା ରେ ଶ୍ରମଜୀବୀ ମଣିଷ ହିଁ ଜୟ କରିପାରେ, ଏପରିକି ମହାକାଶକୁ ବି।

ନିଜର ଶ୍ରେଣୀ ପରିଚୟଟି ନେଇ ତାଙ୍କର ଗର୍ବର ଅନ୍ତ ନ ଥିଲା। ମହାକାଶ ଜୟ କରିବା ପରେ ସେ ଯେତେବେଳେ ଜଣେ ଖ୍ୟାତନାମା ମଣିଷ, ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ଚାହିଁଥିଲେ ମାଞ୍ଚେଷ୍ଟର ର କାରଖାନା ଶ୍ରମିକ ମାନେ। ତାଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ ଗେଗାରିନ୍। ତାଙ୍କ ବକ୍ତୃତା ରେ କହିଥିଲେ, ସେ ଜଣେ ଗର୍ବିତ ଶ୍ରମିକ, ତାଙ୍କରି ପରି। ସେ କହିଥିଲେ, ଯେଉଁ ଯୌଥ ବ୍ୟବସ୍ଥା ଓ ଯୌଥ ପ୍ରଚେଷ୍ଟାର ପରିଣାମ ଏହି ସାଫଲ୍ୟ, ତାହା ସମଗ୍ର ବିଶ୍ୱରେ ବ୍ୟାପି ଯାଉ।
ସୋଭିଏତ ସମାଜ ତନ୍ତ୍ରର ସେହି ଉଜ୍ଜ୍ବଳ ପ୍ରତିନିଧିଙ୍କ ଜନ୍ମଦିନ ଥିଲା ମାର୍ଚ୍ଚ ୯ ତାରିଖ। ଆଜି ୟୁରୀ ଗେଗାରୀନ ଙ୍କୁ ସ୍ମରଣ କଲାବେଳେ ଆଉ ଥରେ ସ୍ମରଣ କରିବା ଦରକାର ଯେ ମହାକାଶରେ ମାନବ ସଭ୍ୟତାର ପ୍ରତିନିଧିତ୍ଵକାରୀ ପ୍ରଥମ ମଣିଷ ଟି ଥିଲେ ସମାଜ ବାଦରେ ବିଶ୍ୱାସ କରୁଥିବା ଜଣେ ଶ୍ରମିକ।

Related Post

Leave a Reply

Your email address will not be published. Required fields are marked *

You Missed