ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍କେ
ବଜରଙ୍ଗୀ ଏଫସିକୁ ହରାଇ ୟୁନାଇଟେଡ଼ ଏଫସି ଚାମ୍ପିୟାନ
ନିମାପଡା,୫/୨ (ଦର୍ଶନ ସମୀକ୍ଷା ) ନିମାପଡା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧0ମ
ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍କେ ବାରବାଟି ମିନି ଷ୍ଟାଡିଅମରେ ବୁଧବାର
ଅପରାହ୍ନ ୩ ଘଟିକା ସମୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ୟୁନାଇଟେଡ଼ ଏଫସି ଗଣ୍ଡରପୁର ଭୁବନେଶ୍ୱର
ଏବଂ ବଜରଙ୍ଗୀ ଏଫସି ଘାଟିକିଆ ଭୁବନେଶ୍ୱର
ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବଜରଙ୍ଗୀ ଏଫସି ଘାଟିକିଆକୁ ୨ – ୩ ଗୋଲରେ ହରାଇ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଚଳିତବର୍ଷ ଚାମ୍ପିୟାନ ହୋଇଛି l ବିଜେତା ଉପୁପି ୟୁନାଇଟେଡ଼ ଏଫସିକୁ ନଗଦ ଅର୍ଥରାଶି ଟ୪0,000ଙ୍କା ସହ ଟ୍ରଫି ଏବଂ ଉପବିତା ବଜରଙ୍ଗୀ ଏଫସିକୁ ନଗଦ ଅର୍ଥରାଶି ଟ୨0,000ଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି l ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ ୟୁନାଇଟେଡ଼ ଏଫସିର ଖେଳାଳି ବାପୁନି ବିନ୍ଧାଣୀଙ୍କୁ
ଙ୍କୁ ମ୍ୟାନ ଅଫ ଦିମ୍ୟାଚ ଭାବେ ସ୍ୱତନ୍ତ୍ର ପୁରସ୍କୃତ କରାଯାଇଥିଲା l ଅତିଥି ଆଥେଲେଟିକ ଆସୋସିଏସନ ସଭାପତିଭାବେସମୀର ଦାଶ, ଓଡିଶା ଶିଶୁ ସୁରକ୍ଷା ନ୍ୟାୟ ପରିଷଦର ସଦସ୍ୟ ଡାକ୍ତର ବେଣୁଧର ସେନାପତି,ଜଗତ ପ୍ରସାଦ ପୂର୍ବତନ ଖେଳାଳି ଧିରେନ ବରାଳ , ଧିରେନ ବରାଳ, ଆଥେଲେଟିକ ଆସୋସିଏସନ ଉପସଭାପତି ଦୋଳଗୋବିନ୍ଦ ସେଠୀ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଫୁଟବଲ ସମ୍ପାଦକ ପ୍ରକାଶ ବରାଳ, କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଏବଂ ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ
ଯୋଗଦେଇଥିଲେ l
ଖେଳ ପରିଚାଳନା କରିଥିଲେ ରେଫରିଓ ଦୈତାରୀ କରୁଆ
ଲାଇନିରେ ସହଯୋଗ କରିଥିଲେ ସୁଦୀପ୍ତ ଦାଶ ଓ ଏମଡ଼ି ସାକଲିନି
ଏବଂ ୪ର୍ଥ ରେଫରିଥିଲେ ସମରବରାଳ l.
ତାରିଖ ୫/୨ ସମୟ – ଅପରାହ୍ନ ୩ ଘଟିକା l