ପୁଣି ଥରେ ମଣିପୁରରେ ହିଂସା କାଣ୍ଡ ଘଟିଛି । ମେତେଇ ସମ୍ପ୍ରଦାୟର ଲୋକମାନେ ଇମ୍ଫାଲରେ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ୭ ଜଣ ବିଧାୟକଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଥିଲା । ଉତ୍ତ୍ୟକ୍ତ ଜନତା ଏକ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିଥିଲେ ।
ମଣିପୁରରେ ବହୁ ସଂଖ୍ୟକ ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ମୁତୟନ ହେବା ପରେ ଏସବୁ ଘଟିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ସମୟରେ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି।